ଧାମନଗର ବ୍ଲକରେ ଏକ ନିଆରା ପୂଜା ମା ନୀଳ ସରସ୍ଵତୀଙ୍କର

ଧମାନଗର, (ସନ୍ତୋଷ କୁମାର ପ୍ରଧାନ):ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବ୍ଲକରେ ଆଜି ବିଭିନ୍ନ ପୂଜା ମଣ୍ଡପ ଓ ମନ୍ଦିର ମାନଙ୍କ ଠାରେ ବିଜୟାଦଶମୀ ରେ ଶାରଦୀୟ ଦୁର୍ଗାପୂଜାର ଦୃଶ୍ୟ ଦେଖିବାକୁ ମିଳିଥିଲା. ଏ ବିଜୟାଦଶମୀ ଯାହାକି ଅଧର୍ମ ଉପରେ ଧର୍ମର ଜୟ ବା ଅନ୍ୟାୟ ଉପରେ ନ୍ୟାୟ ର ବିଜୟ କୁ ସୂଚାଇ ଥାଏ ଯାହାକୁ ନେଇ ଏହି ପର୍ବ ପାଳନ କରାଯାଇ ଥାଏ.ସେଇ ମା ଜଗତ ଜନନୀ ବିଶ୍ୱ ଦାୟିନୀ ମହିଁଶାମର୍ଦିନୀ ମା ଯାହାଙ୍କ ଅନେକ ନାମରେ ପରିଚିତ ସେହି “ମା ଶୈଳୀ ପୁତ୍ରୀ “ବ୍ରହ୍ମ ବାଦିନୀ”ଚନ୍ଦ୍ର ଘଣ୍ଟା “ସ୍କଂନ୍ଦ ମାତା “ମହା ଗୌରୀ “ସିଦ୍ଧି ଧାତ୍ରୀ”କାଳରାତ୍ରି ନାମରେ ନାମିତ ହୋଇଥାଏ ,ଧାମନଗର ବ୍ଲକ ରେ ସମସ୍ତ କୋଭିଡ କଟକଣା କୁ ଆଖିଆଗରେ ରଖି ସମସ୍ତ ପୂଜା ମଣ୍ଡପ ଓ ମନ୍ଦିର ମାନଙ୍କରେ ଚାରି ଦିନ ଧରି ପୂଜା ଅର୍ଚନା ହୋଇଯାଇଛି ହେଲେ ସେଥିମଧ୍ୟରୁ ଧାମନଗର ବ୍ଲକ ର ଗୋବିନ୍ଦପୁର ଗ୍ରାମରେ ଏକ ନିଆରା ପୂଜା ମା ନୀଳ ସରସ୍ବତୀଙ୍କ କରାଯାଉଛି. ଏହି ପରମ୍ପରା ପ୍ରାୟ୧୫୦ ବର୍ଷ ପୂର୍ବରୁ ଆରମ୍ଭ କରାଯାଇ ଥିଲା ବୋଲି ଗ୍ରାମବାସୀମାନେ ସୂଚନା ଦେଇଛନ୍ତି.ମା ନୀଳ ସରସ୍ବତୀ ମା ଦୁର୍ଗାଙ୍କର ଆଦ୍ୟ ରୂପ ବୋଲି ସାଧୁ ସନ୍ତ ମାନେ ପ୍ରକାଶ କରିଛନ୍ତି. ଏହି ପୂଜା ର ସମସ୍ତ ନୀତିକାନ୍ତି ୪ଦିନ ଧରି ପାଳନ କରାଯାଏ. ଏହା ସପ୍ତମୀ ଅଷ୍ଟମୀ ଓ ମହା ନବମୀ ରେ ପୂଜା ଅର୍ଚନା ଓ ଦଶହରା ଦିନ ଏଠାରେ ବାସୁଆ ବଳଦ ନାଚ ଓ ରାବଣ ପୋଡି କରାଯାଇ ଥାଏ .କରୋନା କଟକଣା ଯୋଗୁଁ କିଛି ବର୍ଷ ହେବ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାବଣ ପୋଡି ଉତ୍ସବକୁ ବନ୍ଦ କରାଯାଇଛି.ମହାମାରୀ ହେତୁ ଲୋକ ସମାଗମକୁ କମ କରି ସମସ୍ତ ପାରମ୍ପରିକ ରୀତି ନୀତି ରେ ପୂଜା ଅର୍ଚନା କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ