କଖାରୁ ତୋଳାକୁ କେନ୍ଦ୍ର କରି ମହିଳାଙ୍କୁ ମାରିଦେବାକୁ ଧମକ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ସାନଶାସନ ପଞ୍ଚାୟତ ବାହାଦୁଲନଗର ଗ୍ରାମରେ କଖାରୁ ତୋଳାକୁ କେନ୍ଦ୍ରକରି ଜଣେ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗତ ୧୫ତାରିଖ ଦିନ ଆରତୀ ଜେନା ଓ ପଡୋଶୀ ଝୁନୁରାଣୀ ଜେନାଙ୍କ ମଧ୍ୟରେ ଏକ କଖାରୁ ତୋଳାକୁ କେନ୍ଦ୍ର କରି ଝଗଡା ହୋଇଥିଲା । ଉକ୍ତ ଘଟଣାକୁ ନେଇ ୧୬ତାରିଖ ସକାଳେ ଝୁନୁରାଣୀ ଜେନାଙ୍କ ସମେତ ଗ୍ରାମର ସୁଶାନ୍ତ ଜେନା ଆରତୀ ଜେନାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ଦୁହେଁ ମାରଣାସ୍ତ୍ର ଧରି ଆରତୀକୁ ଜୀବନରୁ ମାରିଦେବାକୁ ଗୋଡାଇଥିବା ସେ ମଞ୍ଜୁରୀରୋଡ ଫାଣ୍ଡିରେ ଲିଖିତ ଭାବେ ଜଣାଇଛନ୍ତି । ଆରତୀ ଏବେ ଅନ୍ୟ ଗାଁରେ ସମ୍ପର୍କିୟଙ୍କ ଘରେ ରହିଥିବାବେଳେ ନିଜ ଗାଁ ବାହାଦୁଲନଗରକୁ ଫେରିଲେ ଅଭିଯୁକ୍ତ ମାନେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଖବର ଲେଖାହେବା ଯାଏଁ ଏହା ଉପରେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ