ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା : ମରାମତି ଦାବି

ନିମାପଡ଼ା, ( ସନ୍ତୋଷ ଦାଶ) ଫୁଲନଖରା – ବାଲିଘାଇ ଭାୟା ନିଆଳି, ଚାରିଛକ, ଗୋପ ରାସ୍ତାକୁ ରାଜ୍ୟ ସରକାର ରାଜ୍ୟ ରାଜପଥ ର ମାନ୍ୟତା ଦେଇଛନ୍ତି । ରାସ୍ତାର ପୁନଃନିର୍ମାଣ, ପ୍ରଶସ୍ତିକରଣ, ମରାମତି ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିବା ପୂର୍ତ୍ତ ବିଭାଗ ଦର୍ଶାଉଛି । କିନ୍ତୁ ବିଭାଗୀୟ ଅଧିକାରୀ ଓ ରାଜନେତା ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା କାରଣରୁ ଅନୁଦାନ ଅର୍ଥ କୁ ହଡ଼ପ କରିନିଆ ଯାଉଛି । ରାସ୍ତା ର ଅଵସ୍ଥା ବଦଳୁ ନାହିଁ । ଚାରିଛକ ମୁଖ୍ୟ ବଜାର ଠାରେ ରାସ୍ତା ର ଅଵସ୍ଥା ଶୋଚନୀୟ ହୋଇ ପଡ଼ିଥିଲେ ମଧ୍ୟ ଏହି ସ୍ଥାନ କୁ ମରାମତି କରାଯାଉନାହିଁ । ରାସ୍ତା ରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟି ଧନ ଜୀବନ ହାନି ହେଉଛି । ଗାଡ଼ି ଚଳାଚଳ କରିବାରେ ଲୋକମାନେ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ସ୍ଥାନୀୟ ଅଧିବାସୀମାନେ ଏ ସଂପର୍କରେ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି । ବିଭାଗ ପକ୍ଷରୁ ନବନିର୍ମିତ ଡ୍ରେନଟିକୁ ଅଳିଆଆବର୍ଜ୍ଜନା ପକାଇ ବ୍ୟବସାୟୀ ମାନେ ପୋତି ପକାଉଥିବାରୁ ସେଥିରେ ପାଣି ଜମି ପୂତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଯଦି ତୁରନ୍ତ ଏହି ରାସ୍ତା ର ମରାମତି କରାନଯାଏ ବାଧ୍ୟ ହୋଇ ରାସ୍ତାରୋକ ଆନ୍ଦୋଳନ କରାଯିବ ବୋଲି କୃଷକ ନେତା ସନାତନ ପାତ୍ର, କୃଷ୍ଣ ଚନ୍ଦ୍ର ରାଉତ ଓ ସାମାଜିକ କର୍ମୀ ଚନ୍ଦ୍ରକାନ୍ତ ଦଳାଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ