ପଞ୍ଚାୟତ ନିର୍ବାଚନକୁ ନେଇ ଗଜପତିରେ ରାଜନୈତିକ ଛକାପଞ୍ଝା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୈନନ୍ଦିନ ଦଳ ବଦଳ କାର୍ଯ୍ୟକ୍ରମ ଚାଲୁରହିଛି । କେଉଁ ନେତା ଓ କର୍ମୀ କେତେବେଳେ କେଉଁ ଦଳରେ ସାମିଲ ହେଉଛନ୍ତି ତାହା ଜଣା ପଡିବା ମୁସକିଲ ହୋଇ ପଡିଛି । ଏଥିଲାଗି ପ୍ରାୟତଃ ସମସ୍ତ ଦଳ ତରଫରୁ ମିଶ୍ରଣ ପର୍ବ, ପଞ୍ଚାୟତସ୍ତରୀୟ ବୈଠକ, ଲୋକଙ୍କ ସହ ବିଭିନ୍ନ ଆଲୋଚନା ଆଦି କାର୍ଯ୍ୟକ୍ରମ ଲାଗି ରହିଛିି । ଗତକାଲି ରାୟଗଡ ବ୍ଲକ ନାରାୟଣପୁର ପଞ୍ଚାୟତର ବଡଗାଁ ଠାରେ ଜିଲ୍ଲାପରିଷଦ ଜୋନ୍‌ରେ ଆସୁଥିବା ସମସ୍ତ ପଞ୍ଚାୟତର କାର୍ଯ୍ୟକର୍ତ୍ତା, ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟାମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଏଥିରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ବିଜେଡିର ଜିଲ୍ଲା ମହିଳା ସଭାନେତ୍ରୀ ପୂର୍ଣ୍ଣବାସୀନାୟକ, ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଆର୍‌.ବିଜୟ କୁମାର, ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ମହାନ୍ତି ପ୍ରମୁଖ ଯୋଗ ଦେଇ ଦଳର କାର୍ଯ୍ୟପନ୍ଥା, ପଞ୍ଚାୟତ ନିର୍ବାଚନରେ ରାଜ୍ୟସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ଲୋକଙ୍କୁ ଅବଗତ କରାଇବା ଆଦି ସମ୍ପର୍କରେ ବୌଠକରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେଡି ନେତା ଓ କର୍ମୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ