ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ଟାଉନହଲଠାରେ ଆଜି ଅପରାହ୍ନରେ ବିଜୁ ଜନତା ଦଳ ପକ୍ଷରୁ ଏକ ନିର୍ବାଚନ ମଣ୍ଡଳୀ ସ୍ତରୀୟ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବାଙ୍କୀ ବିଧାୟକ ଦେବୀ ପ୍ରସାଦ ତ୍ରିପାଠୀ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଗୋପ ବ୍ଲକ ନାଗପୁର ଗ୍ରାମ ପଞ୍ଚାୟତର ସୁରେନ୍ଦ୍ର ରାଉତ ଓ ଦାସରଥି ସ୍ବାଇଁ ଙ୍କ ନେତୃତ୍ୱରେ ପ୍ରାୟ ୧୫ଜଣ,ଅରିଷଣ୍ଡ ଗ୍ରାମ ପଞ୍ଚାୟତର ସରପଞ୍ଚ ଜୟନ୍ତ ପାଟ୍ଟଶାଣୀଙ୍କ ନେତୃତ୍ବରେ ପ୍ରାୟ ୫୦ ଜଣ, ଅବିଭକ୍ତ ବଳଙ୍ଗା ଗ୍ରାମ ପଞ୍ଚାୟତର ପ୍ରଭାତ ରାୟଙ୍କ ନେତୃତ୍ବରେ ପ୍ରାୟ ୨୫ଜଣ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଧନୁର୍ଦ୍ଧର ଦାସ, ଲୋକନାଥ ପଣ୍ଡା ପ୍ରମୁଖ ବିଭିନ୍ନ ଦଳ ତ୍ୟାଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଦ୍ୟାଳୟ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ।ଦଳ ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦିଆଯାଇ ସ୍ବାଗତ କରାଯାଇଥିଲା।ବିଜୁଜନତା ଦଳ ନିମାପଡା ବ୍ଲକ ସଭାପତି ଅଶୋକ ସାହୁ ଓ ନଗର ସଭାପତି ଜିବନାନନ୍ଦ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ଖଟୋଇ,ସୁଧିର ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।