ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପରେ ପାର୍ଥୀ ଚୟନ ନେଇ କଳ୍ପନା ଜଳ୍ପନା
ହାଟଡିହି, (ବିକାଶ ବିଶ୍ୱାଳ ) : କେନ୍ଦୁଝର ଜିଲ୍ଲାର ସର୍ବ ବୃହତ ବ୍ଲକ ଭାବେ ପରିଚିତ ହାଟଡିହି ବ୍ଲକର ଚୁଡାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏହାକୁନେଇ ବିଭିନ୍ନ ପଞ୍ଚାୟତରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି । ଠିକ ଭାବେ ଏହି ସଂରକ୍ଷିତ ହୋଇ ନଥିବା ନେଇ ବିଭିନ୍ନ ଆଶାୟୀ ମାନେ କେର୍ଟ କଚେରୀ ଯିବାକୁ ବାହାରିଲେଣି । ଏପରିକି ସଂରକ୍ଷଣ ତାଲିକା ପ୍ରକାଶ ପାଉପାଉ କିଏ କେଉଁ ପଞ୍ଚାୟତରେ ପ୍ରାଥୀ ହେବ ସେନେଇ ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଗଲାଣି । ଚୁଡାନ୍ତ ତାଲିକାରେ ସେପରି କୌଣସି ପରିବର୍ତ୍ତନ କରାଯାଇ ନଥିବାବେଳେ ସମିତିସଭ୍ୟ ତାଲିକାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା
ପଞ୍ଚାୟତ ସରପଞ୍ଚ ସମିତିସଭ୍ୟ
୧-ଅକରୁଆ – ପଛୁଆବର୍ଗ ମହିଳା ଅସଂରକ୍ଷିତ ମହିଳା
୨-ଅଁରା- ଅନୂସୂଚୀତ ଜାତି ମହିଳା ଅସଂରକ୍ଷିତ ମହିଳା
୩-ଆଇତିପୁର- ଅସଂରକ୍ଷିତ ମହିଳା ଅସଂରକ୍ଷିତ
୪-ଆମ୍ବୋ- ଅସଂରକ୍ଷିତ ଅସଂରକ୍ଷିତ
୫- ଇଞ୍ଚୋଳ- ଅସଂରକ୍ଷିତ ମହିଳା ଅସଂରକ୍ଷିତ ମହିଳା
୬-ଓରାଳି- ଅସଂରକ୍ଷିତ ଅସଂରକ୍ଷିତ
୭-କେ ବାଲିପାଳ-ଅନୁସୁଚୀତ ଜନଜାତି ମହିଳା ଅନୂସୂଚୀତ ଜନଜାତି ମହିଳା
୮-କଳିଗାଁ- ଅନୂସୂଚୀତ ଜନଜାତି ମହିଳା ଅନୁସୁଚିତ ଜନଜାତି
୯-ଗେଡମା- ଅନୂସୂଚୀତ ଜାତି ମହିଳା ଅନୁସୁଚିତ ଜାତି ମହିଳା
୧୦-ଜମ୍ଭୀରା- ଅସଂରକ୍ଷିତ ମହିଳା ଅସଂରକ୍ଷିତ ମହିଳା
୧୧-ଡଅଁର- ଅସଂରକ୍ଷିତ ମହିଳା ଅସଂରକ୍ଷିତ ମହିଳା
୧୨-ଢ଼େଙ୍କା- ଅସଂରକ୍ଷିତ ଅସଂରକ୍ଷିତ ମହିଳା
୧୩-ଧନୁର୍ଜୟପୁର- ଅନୁସୁଚିତ ଜନଜାତି ଅନୁସୁଚିତ ଜନଜାତି
୧୪-ପଢ଼ିଆରିପଲ୍ଲୀ- ଅସଂରକ୍ଷିତ ମହିଳା ଅସଂରକ୍ଷିତ ମହିଳା
୧୫-ପଞ୍ଚୁଗୋଛିଆ- ଅନୁସୁଚୀତ ଜନଜାତି ଅନୁସୁଚିତ ଜନଜାତି ମହିଳା
୧୬-ପନ୍ଦାଡୋ- ଅସଂରକ୍ଷିତ ମହିଳା ଅସଂରକ୍ଷିତ
୧୭-ବଞ୍ଚୋ- ଅସଂରକ୍ଷିତ ଅସଂରକ୍ଷିତ
୧୮-ବଡରମ୍ପାସ- ଅନୁସୁଚିତଜାତି ଅନୁସୁଚିତ ଜାତି
୧୯- ବାଲିବରେଇ- ଅସଂରକ୍ଷିତ ମହିଳା ଅନୁସୁଚିତ ଜାତି ମହିଳା
୨୦-ବାଙ୍ଗୋର- ଅସଂରକ୍ଷିତ ଅସଂରକ୍ଷିତ ମହିଳା