ବହୁ ବର୍ଷ ତଳର ସମୁଦ୍ର ରାକ୍ଷସ

ଦକ୍ଷିଣ ପୋଲାଣ୍ଡର ଏକ ଗାଁ ନିକଟସ୍ଥ ମକା କ୍ଷେତରୁ ଗବେଷକମାନେ ୧୫୦ ନିୟୁତ ବର୍ଷ ତଳର ସମୁଦ୍ର ରାକ୍ଷସର ଜୀବାଶ୍ମ ଆବିଷ୍କାର କରିଛନ୍ତି । ଏହାର ନାଁ ପିଲୋସର । ଏଇଟି ଜୁରାସିକ କାଳର ବୋଲି ଗବେଷକମାନେ ସ୍ଥାନୀୟ ଏକ ପତ୍ରିକାରେ ଉଲ୍ଲେଖ କରିଛନ୍ତି । ଏହାର ପାଟି ହାଡ଼ ପ୍ରାୟ ୮ ଫ୍ଲଟ ଲମ୍ବା ଏବଂ ଟାଇରାନୋସରସ ରେକ୍ସଠାରୁ ଏହା ୪.୫ ଗୁଣ ଅଧିକ ଶକ୍ତିଶାଳୀ । ଏବର ଭୟଙ୍କର ତିମିଠାରୁ ଆକାରରେ ପିଲୋସର ଦୁଇ ଗୁଣ ବଢ଼ିପାରନ୍ତି । ଟନ୍ ଟନ୍ ଓଜନ ବିଶିଷ୍ଟ ଏକ ବିଶାଳ ଜୀବ ପାଣିର ଯେକୌଣସି ଜୀବକୁ ଖାଇପାରେ । ମିଳିଥିବା ଏକ ଜୀବାଶ୍ମର ଲମ୍ବ ପ୍ରାୟ ୩୩ ଫୁଟ ଲମ୍ବା । ପ୍ରାଚୀନ କୁମ୍ଭୀର ଦାନ୍ତ ଓ କଇଁଛ ଖୋଳପା ଦ୍ୱାରା ଏହା ଆବୃତ ହୋଇଛି । ଏହି ସ୍ଥାନଟି ତଟୀୟ ଓ ଖୋଲା ସମୁଦ୍ରରେ ବିଚରଣ କରୁଥିବା ସରିସୃପଙ୍କ ଜୀବାଶ୍ମ ପାଇଁ ପରିଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ