ଡ.ତିରୁପତି ପାଣିଗ୍ରାହୀଙ୍କ ଆହ୍ୱାନରେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ହାଇଟେକର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଡ.ତିରୁପତି ପାଣିଗ୍ରାହୀଙ୍କ ଆହ୍ୱାନରେ ପାରଳା ପୁର୍ବତନ କଂଗ୍ରେସ ବିଧାୟକ ସୁରିୟା ରାଓ ବିଜେଡି ବୈଠକରେ ଯୋଗଦେଲେ । ଗତ ସାଧାରଣ ନିର୍ବାଚନରେ କେ.ସୂରିୟା ରାଓ ପାରଳା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ଡ.ତିରୁପତି ପାଣିଗ୍ରାହୀ ହାଣ୍ଡି ଚିହ୍ନ ପାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ନିର୍ବଚନ ବୈତରଣୀ ପାର ହୋଇ ପାରଳା ବିଧାୟକ ଆସନ ଦଖଲ କରିବା ଉଭୟଙ୍କ ଭିତରୁ କାହା ପକ୍ଷରେ ବି ସମ୍ଭବ ହୋଇ ନଥିଲା । ସେତେବେଳେ ବିଜେଡି ଛାଡି ବିଜେପିକୁ ରାତାରାତି ଲମ୍ଫ ଦେଇଥିବା କେ.ନାରାୟଣ ରାଓ ନିର୍ବାଚନ ଜିଣି ପଦ୍ମ ପତାକା ଉଡାଇଥିଲେ । ପାଖେଇ ଆସୁଥିବା ପଞ୍ଚାୟତ ନିର୍ବାଚନରେ ବାଜିମାତ୍ ପାଇଁ ବିଭି୍‌ନ୍ନ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ନୂଆ ଅଙ୍କକଷା ଓ ବିଭିନ୍ନ ସମୀକରଣର ସମାବେଶ । ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ, ଉପ ସଭାପତି କେ.ଆପାରାଓ, କାଶୀନଗର ବ୍ଲକ ସଭାପତି ଆର୍‌.ରାମପ୍ରସାଦ, କାଶୀନଗରର ଏନ୍‌ଏସି ସଭାପତି ରଘୁରାମ ସାହୁ,ପ୍ରମୁଖଙ୍କ ଉପସ୍ଥିତିରେ ଡ. ତିରୁପତି ପାଣିଗ୍ରାହୀଙ୍କ ଆହ୍ୱାନ କ୍ରମେ କେ.ସୁରିୟା ରାଓଙ୍କ ରାଣୀପେଣ୍ଠ ସ୍ଥିତ ବାସଭବନରେ ବିଜେଡିର ଏକ ବୈଠକ ହୋଇଥିଲା । ଏଥିରେ ବିଜେଡି ଦଳ ସପକ୍ଷରେ ପାରଳାର ପୁର୍ବତନ କଂଗ୍ରେସ ବିଧାୟକ କେ.ସୁରିୟା ରାଓ ମତ ଦେଇଥିବା ସୁଚନା ମିଳିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ଗତ ବିଧାନସଭା ନିର୍ବାଚନର ଫଳାଫଳ ପରେ ପାରଳାର ପୁର୍ବତନ କଂଗ୍ରେସ ବିଧାୟକ କେ.ସୁରିୟା ରାଓ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ଶ୍ରୀ ରାଓ ବିଜେଡିରେ ଅତି ତୁନ୍ତ ସାମିଲ ହେଉତିବା ଏହି ବୈଠକରୁ ସ୍ପଷ୍ଟ ହୋଇଛି । ପୁର୍ବତନ ୨ରାଜନୈତିକ ପ୍ରତିଦ୍ୱନ୍ଦିଙ୍କ ଗୋଟିଏ ମଞ୍ଚରେ ଏହି ଅପୁର୍ବ ମିଳନ ବୈଠକ ରାଜନୈତିକ ନହଲକୁ ବେଶ ସରଗରମ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ