ଭୂମିହୀନ ପଟା ପାଇଁ ବିକ୍ଷୋଭ ପ୍ରଦର୍ଶନ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ତହସିଲ ପ୍ରାଙ୍ଗଣରେ ଆଜି ଭୂମିହୀନଙ୍କ ପଟ୍ଟା ପାଇଁ ଚାଷୀମୂଲିଆ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘ ଜିଲ୍ଲା ସମ୍ପାଦକ ସୁଶାନ୍ତ ଜେନାଙ୍କ ନେତୃତ୍ୱରେ ବହୁ ଆଦିବାସୀ ମହିଳା ଓ ପୁରୁଷ ମାନେ ବଜାର ପରିକ୍ରମା କରିବା ପରେ ତହସିଲ ପ୍ରାଙ୍ଗଣରେ ବିକ୍ଷୋଭ ଜଣାଇଥିଲେ । ବିଶେଷକରି ଆଦିବାସୀ ହରିଜନ ପରିବାରକୁ ପଟ୍ଟା ସହିତ ପାଇଖାନା, ବିଜୁଳିଶକ୍ତି, ରାସ୍ତା ଓ ଜାତିଗତ ପ୍ରମାଣପତ୍ର ଯେଗାଇଦେବାକୁ ବିକ୍ଷୋଭରେ ଦାବି କରାଯାଇଥିଲା । ଏନେଇ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ରତ୍ନାକର ବେହେରା, ଶ୍ରୀମତୀ ବେହେରା, ସୁରେନ୍ଦ୍ର ତିରିଆ, ରାଜୁ ତିରିଆ, ଶିକଲ ମୁଣ୍ଡା, ବୁଦ୍ଧିଆ ତିରିଆ, ତୁଳସୀ ଜେନା, ଜବା ନାଏକ, ତରଣୀସେନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ