ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୧୯୯୯ ମସିହା ଓଡିଶାରେ ଘଟିଯାଇଥିବା ମହାବାତ୍ୟାର ପ୍ରଳୟଙ୍କାରୀ ବିପର୍ଯ୍ୟୟକୁ ସ୍ମୃତିରେ ରଖି ଓଡିଶା ରାଜ୍ୟ ପ୍ରତ୍ୟେକ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରିଆସୁଛି । ଏହି ପରିପ୍ରେକ୍ଷୀରେ ଆଜି ତା୨୯ା୧୦ା୨୧ରିଖ ଦିନ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ରାଜ୍ୟ ଶାଖା ଆନୁକୂଲ୍ୟରେ କାର୍ଯ୍ୟାଳୟ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ ହୋଇଯାଇଛି । ବିଭିନ୍ନ ଜିଲ୍ଲାରୁ ତାଲିମ ନେବାକୁ ଆସିଥିବା ୪୭ ଜଣ ସ୍କାଉଟ ମାଷ୍ଟର ଓ ୨୮ଜଣ ଗାଇଡ୍ କ୍ୟାପଟେନଙ୍କୁ ସାହସ ଧୈର୍ଯ୍ୟର ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜର କର୍ତ୍ତବ୍ୟ ଏବଂ ସମାଜ ପ୍ରତି କିପରି ସମ୍ବେଦନଶୀଳ ହୋଇ ମୁକାବିଲା କରିବା ଉପରେ ସଚେତନ କରାଇଥିଲେ । ଏଇ ଅବସରରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ପ୍ରାକ୍ ସୂଚନା ପ୍ରଦାନ ତଥା ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଇଥିବା ଭିନ୍ନ ଭିନ୍ନ ପଦକ୍ଷେପ ବିଷୟରେ ଧାରଣା ଦିଆଯାଇଥିଲା ।


