ମୋ ପରିବାର ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ନିମାପଡ଼ା, (ସନ୍ତୋଷ ଦାଶ) : କରୋନା ର ତୃତୀୟ ଲହର ର ସଂକ୍ରମଣ କୁ ଦୃଷ୍ଟି ରେ ରଖି ଯେଭଳି ସାରା ଓଡିଶା ରେ ରକ୍ତ ର ଅଭାବ ନ ହେଉ ସେଥିପାଇଁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ନିମାପଡ଼ା ନିକଟସ୍ଥ ଝାମ୍ପୁଲାକୁଦ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ମାତା ସ୍ବର୍ଗତ ମଞ୍ଜୁଲତା ଦାଶ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ ଅବସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତହୋଇଥିଲା । ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଜୁ ଯୁବ ଜନତା ଓ ବିଜେଡ଼ି କର୍ମୀ ମାନେ ପ୍ରାୟ ୫୫୦ ୟୁନିଟ୍ ରକ୍ତ ପ୍ରଦାନ କରିଥଲେ । ଏହି ଅବସରରେ ସେବା କରୁଥିବା ହୋମିଓପାଥିକ ଡାକ୍ତର ନେତ୍ରାନନ୍ଦ ଭୋଇ ଙ୍କୁ ରାଜ୍ୟପାଳ ଓ ମନ୍ତ୍ରୀ ସମ୍ମାନିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ