ରତ୍ନାକର ଦାଶ ମେମୋରିଆଲ ଟ୍ରଷ୍ଟ ର ଭିତ୍ତିପ୍ରସ୍ତର ସ୍ଥାପନ

ନିମାପଡ଼ା, (ସନ୍ତୋଷ ଦାଶ) : ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍ ଙ୍କ ଦ୍ଵାରା ନିମାପଡ଼ାର ବିଷ୍ଣୁପୁର ଗ୍ରାମ ରେ ରତ୍ନାକର ଦାସ ମେମୋରିଆଲ ଟ୍ରଷ୍ଟ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ନିମାପଡ଼ା ବିଧାୟକ ତଥା ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ସ୍ବର୍ଗତ ପିତା ରତ୍ନାକର ଦାଶ ଙ୍କ ନାମରେ ନାମିତ ଏହି ଟ୍ରଷ୍ଟ କାର୍ଯ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ମୁଦୁଲି , କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ସମାଜସେବୀ ଜଗଦାନନ୍ଦ ପଣ୍ଡା, ସଂଗୀତା ଦାଶ ,ପରିବାରର ବଡ଼ଭାଇ ନିହାର ରଞ୍ଜନ ଦାଶ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଛାତ୍ରୀ ମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇ ରାଜ୍ୟପାଳଙ୍କୁ ପାଛୋଟି ନିଆଯାଇଥିଲା । ଏହି ଅବସରରେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କନୱାର ବଳବନ୍ତ ସିଂହ ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର ସମେତ ବିଭିନ୍ନ ଥାନାର ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ରତ୍ନାକର ଦାଶ ମେମୋରିଆଲ ଟ୍ରଷ୍ଟ କେବଳ ନିମାପଡ଼ାରେ ନୁହେଁ ବରଂ ସାରା ରାଜ୍ୟରେ କୀର୍ତ୍ତିଲାଭ କରିବ ବୋଲି ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ମନ୍ତ୍ରୀ ଶ୍ରୀ ଦାଶ ଟ୍ରଷ୍ଟ ର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ