ଛତ୍ରପୁର ଥାନା ପରିଦର୍ଶନ କଲେ ସଚିବ
ଛତ୍ରପୁର: ମୋ ସରକାର କାର୍ଯ୍ୟକ୍ରମ କିପରୀ ଚାଲିଛି ଏନେଇ ଆଜି ଛତ୍ରପୁର ଥାନାକୁ ଅଚାନକ ପରିଦର୍ଶନ କରିଛନ୍ତି ଶକ୍ତି ସଚିବ ବିଷ୍ଣୁପଦ ସେଠୀ । ସେଠାରେ ମହିଳା ଓ ଶିଶୁ ଡେସ୍କ, ଅଭ୍ୟର୍ଥନା କକ୍ଷ ଏବଂ ଥାନା ପରିସର ବୁଲି ଦେଖିଥିଲେ । ଥାନାକୁ ଆସିଥିବା ଲୋକଙ୍କ ମାନଙ୍କୁ କିପରୀ ସୁବିଧା ଦିଆଯାଉଛି ଏବଂ ଅଭ୍ୟର୍ଥନା କକ୍ଷରେ ଥିବା କେସ୍ ଡାଏରୀ ଗୁଡିକ ତନଖୀ ଦେଖିଥିଲେ । ସେହି ସମୟରେ ଥାନାକୁ ଏକ ପାରିବାରିକ କଳହ ମାମଲାରେ ଏକ ପରିବାର ଆସିଥିବାରୁ ସେମାନଙ୍କୁ କଣ ହୋଇଛି ବୋଲି ମଧ୍ୟ ସଚିବ ପଚାରିଥିଲେ । ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ କହିଥିଲେ । ଏହି ପରିଦର୍ଶନରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ଛତ୍ରପୁର ଏସଡିପିଓ ଉକ୍ରଳ କେଶରୀ ଦାଶ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ସେକେଣ୍ଡ ଅଫିସର ଭାଗ୍ୟଶ୍ରୀ ସ୍ୱାଇଁଙ୍କ ସମେତ ବହୁ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥଲେ ।