ଗଜପତିରେ ବିଶ୍ୱ ମିତବ୍ୟୟିତା ଦିବସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବିଶ୍ୱ ମିତବ୍ୟୟିତା ଦିବାସ ପାଳନ ଅବସରରେ ଗଜପତି ଜିଲ୍ଲା ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଂଗଠିତ ହୋଇଯାଇଛି । ତତ୍ ସଙ୍ଗେ ସଙ୍ଗେ ସ୍ୱଳ୍ପ ସଞ୍ଚୟର ଉପକାରିତା ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଭ୍ରାମ୍ୟମାଣ ଯାନ ସଞ୍ଚୟ ରଥ ଜିଲ୍ଲା ପରିକ୍ରମା ନିମନ୍ତେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ଯାତ୍ରା ଆରମ୍ଭ କରିଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ବୃକ୍ଷ ରୋପଣ କରିବା ସହିତ ଜିଲ୍ଲାବାସୀଙ୍କୁ ମିତବ୍ୟୟୀ ହେବା ତଥା ସ୍ୱଳ୍ପ ସଞ୍ଚୟ ଯୋଜନାରେ ସାମିଲ ହେବା ନିମନ୍ତେ ଆହ୍ୱାନ ଦେଇଥିଲେ । ଏହାପରେ ସବୁଜ ପତାକା ଦେଖାଇ ସଞ୍ଚୟ ରଥ ଯାତ୍ରାର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ତଥା ବିତ୍ତିୟ ସମାବେଶନ ଅଧିକାରିଣୀ ନର୍ମଦା ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସ୍ୱରାଜ୍ୟ ଶିଶା ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଏଥିରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟର କର୍ମଚାରୀ ଓ ସ୍ଥାନୀୟ ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ ବୃନ୍ଦ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ୧୪.୧୧.୨୦୨୧ ତାରିଖ ପର୍ଯ୍ୟନ୍ତ ସଞ୍ଚୟ ପକ୍ଷ ପାଳନ କରାଯିବ । ଏହି ପକ୍ଷରେ ଜିଲ୍ଲା ସଦର ମହକୁମାର ବିଭିନ୍ନ ସରକାରୀ ଅନୁଷ୍ଠାନ ତଥା ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭର୍ଚୁଆଲ ମାଧ୍ୟମରେ ବକ୍ତୃତା ପ୍ରତିଯୋଗୀତା ଆୟୋଜନ କରାଯାଇ କନିଷ୍ଠ ଓ ବରିଷ୍ଠ ବର୍ଗରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜୟୀ ପ୍ରତିଯୋଗୀଙ୍କୁ ୧୫୦୦, ୧୦୦୦ ଓ ୫୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ