ଗଜପତି ଜିଲ୍ଲାପାଳ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବଡଗୋଷାଣୀ ପଞ୍ଚାୟତବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଏକ ଭର୍ଚୁଆଲ ମୋଡରେ ମୋ ସମାଧାନ ଶିବିରରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇ ବଡଗୋଷାଣୀ ପଞ୍ଚାୟତବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । କେତେକ ସମସ୍ୟାର ତୁରନ୍ତ ସମାଧାନ ତଥା ଫଇସଲା କରିଥିବାର ଜଣାପଡିଛି । ଆଉକେତେକ ଗୋଷ୍ଠୀଗତ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଭର୍ଚୁଆଲ ଶିବିରରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ବଡଗୋଷାଣୀ ପଞ୍ଚାୟତବାସୀ ଯୋଡି ହୋଇ ସିଧାସଳଖ ଆଲୋଚନା କରିବା ସହ ବ୍ୟକ୍ତିଗତ ଓ ଗୋଷ୍ଠିଗତ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ ।


