ଶ୍ରୀ ଦଣ୍ଡିଶ୍ୱରଙ୍କ ଯଜ୍ଞ ଲାଗି ଅଣାଗଲା ଲକ୍ଷେ ବେଲପତ୍ର
କୋଦଳା : ପବିତ୍ର କାର୍ତ୍ତିକ ମାସକୁ ଦୋୖବିକ ବା ପୁର୍ଣ୍ୟ ମାସ ରୂପେ ଶାସ୍ତ୍ରନୁସାରେ କୁହାଯାଇଥାଏ l ଏହି ମାସରେ ବିଭିନ୍ନ ଦେବଦେବୀଙ୍କୁ ବହୁ ଆଡମ୍ବରରେ ପୂଜା କରାଯାଏ l ଯାହାଦ୍ୱାରା ଗଞ୍ଜାମ ଜିଲ୍ଲା କୋଦଳାର ଶ୍ରୀ ଆରାଧ୍ୟ ଠାକୁର ଶ୍ରୀ ଦଣ୍ଡିଶ୍ୱର ମହାପଭୁଙ୍କ ପାଇଁ ଏହି କାର୍ତ୍ତିକ ମାସରେ ଲକ୍ଷେ ବେଲପତ୍ର ଅର୍ପଣ କରାଯାଇଥାଏ l ଭଗବାନ ଶିବଙ୍କ ଲାଗି ଅଞ୍ଚଳର ବହୁ ବ୍ୟକ୍ତି ଜଙ୍ଗଲ ଅଭିମୁଖେ ବେଲପତ୍ର ଆଣିବା ପାଇଁ ବାହାରିଥିଲେ l ଗ୍ରାମର ପ୍ରାୟ ଏକଶହ ବ୍ୟକ୍ତି ବେଲପତ୍ର ତୋଳିବା ନିମନ୍ତେ ଜଙ୍ଗଲ ମଧ୍ୟରେ ବୁଲି ଲକ୍ଷେ ବେଲପତ୍ର ଯୋଗାଡ଼ କରିଥାନ୍ତି l ଏହି ଲକ୍ଷେ ବେଲପତ୍ର ଭଗବାନ ଶିବଙ୍କ ମସ୍ତକରେ ଅର୍ପଣ କରିବା ଦ୍ୱାରା କୌଣସି ଶୁଭ ସଙ୍କେତର ବାର୍ତ୍ତା ମିଳିଥାଏ ବୋଲି ଲୋକମାନେ ଆଶା କରିଥାନ୍ତି l ଏବଂ ଯଂଜ୍ଞ ହେବା ଲାଗି ଶୁଭ ମନାସି କରାଯାଏ l ଶ୍ରୀ ଦଣ୍ଡିଶ୍ୱରଙ୍କ ଲକ୍ଷେ ବେଲପତ୍ର ଲାଗି କମିଟି ପକ୍ଷରୁ ବିଭିନ୍ନ ଆଲୋଚନା କରାଯାଇଥିଲା l ଏଥିରେ ଶ୍ରୀ ବୁଲୁ ପାଢ଼ୀ, ଭଗବାନ ପାଢ଼ୀ, ବାବୁଲା ପାଢ଼ୀ,କାଳିଆ ନାୟକ, ବୁଢ଼ା ମହାପାତ୍ର, ସୁବାଷ ପାଢ଼ୀ, ଗୋପାଳ ସାହୁ, ଦେବରାଜ ସେଠୀ, ରତ୍ନାକର ପ୍ରଧାନ ବାବୁ ଦୋରା ପ୍ରମୁଖ ଅନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ l