ଭୁଲ ଇଞ୍ଜେକ୍ସନ ଡାକ୍ତର ଦେବାରୁ ରୋଗୀର ମୃତ୍ୟୁକୁ ନେଇ ଉତ୍ତେଜନା 

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା । ଭୁଲ ଇଞ୍ଜେକସନ ଦେବା ଯୋଗୁଁ ଗୁରୁବାର ରାତି ରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟଙ୍କ ଅଭିଯୋଗ କରିଛନ୍ତି। ବାଲିଗୁଡା ବ୍ଲକ ସଲାଗୁଡା ପଞ୍ଚାୟତର ତେଲେପଙ୍ଗା ଗ୍ରାମର ରବିଚନ୍ଦ୍ର ଦିଗାଲ ର ଗୋଡ଼ ବ୍ୟଥା ହେବା ସହ ଜ୍ବର ହେଉଥିଲା । ସମ୍ପର୍କୀୟ ଲୋକେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ l  ରବିଚନ୍ଦ୍ରଙ୍କୁ ଡ଼ାକ୍ତର ଚିକିତ୍ସା କରି ଇଞ୍ଜେକସନ ଦେବା କିଛି ସମୟ ପରେ ରବିଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ପରିବାର ଓ ସ୍ଥାନୀୟ ଲୋକମାନେ ଉତ୍ତେଜନା ସୃଷ୍ଟି କରିଥିଲେ l ଶୁକ୍ରବାର ଏହା ଉତ୍ତେଜନା ଉଗ୍ରରୂପ ନେଇଛି ୫୯ ନଂ.ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଡ଼ାକ୍ତର ବିରୋଧ ରେ କଡ଼ା କାର୍ଯ୍ୟନୁଷ୍ଠାନ ସହ ପରିବାର ଲୋକଙ୍କୁ କ୍ଷତି ପୂରଣ ତୁରନ୍ତ ଦେବା ପାଇଁ ଆନ୍ଦୋଳନ କରିଛନ୍ତି l ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର  ପାତ୍ର, ଏସଡିପିଓ ମନୋଜ ପୂଜାରୀ, ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ସମେତ ଅନ୍ୟ ପୋଲିସ୍ କର୍ମଚାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ପ୍ରକାରେ ସଫଳ ହୋଇନଥିଲା। ଆନ୍ଦୋଳନ କାରୀ ମାନେ ସେମାନଙ୍କ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏପରି ରାସ୍ତା ରୋକ ଆନ୍ଦୋଳନ ଜାରୀ ରହିବ ବୋଲି କହିଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ