ଫୁଟବଲ ମ୍ୟାଚର ଫଳାଫଳକୁ ନେଇ ଉଭୟ ଗୋଷ୍ଠୀ ଭିତରେ ବାଦ ବିବାଦ ଓ ମାର୍‌ପିଟ୍; ପଥରରେ ଆକ୍ରମଣ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଫୁଟବଲ ମ୍ୟାଚରେ ହାରଜିତକୁ ନେଇ ଗଣ୍ଡଗୋଳ। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା  ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ବାଲନ୍ଦାପଡାଠାରେ । ଏଠାରେ ଏକ ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆୟୋଜିତ ହୋଇଥିଲା। ଦାମାରାଜୁ ଓ ଡାଙ୍ଗାଣାମା ଗ୍ରାମ ମଧ୍ୟରେ ହୋଇଥିବା ଏହି ମ୍ୟାଚରେ ଡାଙ୍ଗାଣାମା ଦଳ ବିଜୟୀ ହୋଇଥିଲା। ତେବେ ମ୍ୟାଚର ଫଳାଫଳକୁ ନେଇ ଉଭୟ ଗୋଷ୍ଠୀ ଭିତରେ ବାଦ ବିବାଦ ହୋଇଥିଲା। ଯୁକ୍ତିତର୍କ ଭିତରେ ବାଟିମୁଣ୍ଡା ଗ୍ରାମର କିଛି ବ୍ୟକ୍ତି ବ୍ରାଡ଼ିଗୁଡ଼ି ଗ୍ରାମର ଭରତ ମହାକୁଡଙ୍କୁ ଆକ୍ରମଣ କରିଥିଲେ। ପଥର ସାହାଯ୍ୟରେ ଭରତଙ୍କ ମୁଣ୍ଡକୁ ପିଟି ଦେବା ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ବାଲନ୍ଦାପଡା ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ଭରତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ବାଲନ୍ଦାପଡା ଫାଣ୍ଡିରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଅବ୍ୟାହତ ରଖିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ