ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ବିଧାୟକ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତର ବରଡିପଲ୍ଲୀ ନିକଟରେ ଥିବା ଶ୍ରୀରାମ ନଗରର ୧୮ ବର୍ଷ ବୟସର ଯୁବକ ରାଜେଶ ସେଠୀ ନଭେମ୍ବର ୩ ତାରିଖ ଦିନ ବୁଗୁଡା ସନ୍ତୋଷୀ ମା ମନ୍ଦିର ନିକଟରେ ୪୦୭ ଟ୍ରକ ଧକ୍କାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ମୃତକଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହିତ ରେଡକ୍ରସ ପାଣ୍ଠିରୁ ଓ ସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ବିଧାୟକ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।ବିରଞ୍ଚିପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ କବିରାଜ ଗୌଡ, ସାଂସଦ ପ୍ରତିନିଧି ଚିତ୍ରସେନ ପ୍ରଧାନ, ବିଜେଡି ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବିଧାୟକ ପ୍ରତିନିଧି କେ ତ୍ରିଲୋଚନ ଦୋରା, ଦିଲେଶ୍ୱର ପାତ୍ର, ରାମଚନ୍ଦ୍ର ନାୟକ, ମନୋଜ କୁମାର ମହାନ୍ତି ଙ୍କ ସମେତ ବିଜୁ ଜନତା ଦଳର ବହୁ କର୍ମୀ ମଧ୍ୟ ଉପସ୍ଥିତ ରହି ସମବେଦନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ