ଉଦ୍ୟମ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଉଦ୍ୟମ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ କେମରନ ଲୁବ୍ରିକାଣ୍ଟସହାୟତାରେ ଶନିବାର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ୫୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଆଶ୍ରମର ବାବାଜୀ ଚେତନାନନ୍ଦ ଦାସ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରି ‘ରକ୍ତଦାନ ମହତ ଦାନ’ ବୋଲି କହିଥିଲେ । ଏହି ଶିବିରକୁ ଉଦ୍ୟମର ସଭାପତି ବିଶ୍ୱକାନ୍ତ ବିଶ୍ୱାଳ, ସମ୍ପାଦକ ପ୍ରଶାନ୍ତ ଆଚାର୍ଯ୍ୟ, ସରୋଜକାନ୍ତ ସାହୁ, ରାଜେନ୍ଦ୍ର ମହାପାତ୍ର, କୃପାସିନ୍ଧୁ ମଲିକ, ବିଭୁଦତ୍ତ ମଲିକ, ବିଭୁତି ଭୂଷଣ ସାହୁ, ପ୍ରଜେଶ ନାୟକ, ରମାକାନ୍ତ ରାଉତ, ନିକି ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ