ସରସଦା ସ୍କୁଲ ଠାରେ ସ୍ଲାଇଡର ଉଦଘାଟିତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ସରସଦା ବିଦ୍ୟାଳୟ ଠାରେ ପୁରାତନ ଛାତ୍ର ସୁକାନ୍ତ ରାଉଳଙ୍କ ଆର୍ଥିକ ସହାୟତା ଦ୍ୱାରା ନିର୍ମିତ ସ୍ଲାଇଡର ଆଜି ଉଦଘାଟିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଗଦାଧର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ ନଟବର ରାଉଳ, ଉମାକାନ୍ତ ପାତ୍ର, ସମାଜସେବୀ ରତ୍ନାକର ଦାସ, ରାମଚନ୍ଦ୍ର ସେନାପତି,ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ପରେ ପରେ ବିଦ୍ୟାଳୟ ପକ୍ଷରୁ ଏକ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷା କର୍ମୀ ଶଶୀଭୂଷଣ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପରିଚାଳନା କମିଟି ସଭାପତି ଅକ୍ଷୟ ଜେନା ଉଦେଶ୍ୟଜ୍ଞାପନ ଓ ମୋ ସ୍କୁଲ ଅଭିଯାନ ସଭାପତି ବିକାଶ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଭକ୍ତିନୈବିଦ୍ୟ ସାମଲ, ସଞ୍ଜୟ କୁମାର ନନ୍ଦ, ରାଧାଶ୍ୟାମ ଦାସ, ବିଜୟାଲଷ୍ମୀ ପାତ୍ର, ମାନସୀ ରାଉତ, ମମତା ଧଳ, ସସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ