ବଡମାଧପୁର ଗ୍ରାମରେ ମା ଶ୍ୟାମାକାଳୀଙ୍କ ଭସାଣି ଉତ୍ସବ ପାଳନ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ବୁଧୁବାର ମା ଶ୍ୟାମକାଳୀ ପୂଜା କମିଟି ତରଫରୁ ମା ଶ୍ୟାମାକାଳୀଙ୍କ ଭସାଣି ଉତ୍ସବ ପାଳନ ହୋଇଯାଇଛି । ସମସ୍ତ କୋଭିଡ୍ ନିୟମାନୁଯାୟୀ ମା ଶ୍ୟାମାକାଳୀଙ୍କ ଭସାଣି ଉତ୍ସବ ପାଳନ ହୋଇଯାଇଛି । ବଡ ମାଧପୁର ଗ୍ରାମରେ ଦୀର୍ଘ ୭ ଦିନ ଧରି ରିତିନୀତି ଅନୁଯାୟୀ ମାଙ୍କ ପୁଜାର୍ଚ୍ଚନା କରାଯାଇଥିଲା । ଏହି ପୂଜାର୍ଚ୍ଚନା ରେ ମା ଶ୍ୟାମାକାଳୀ ଯୁବକ ସଂଘର ସଭାପତି ଏସ୍. ଯୁଧିଷ୍ଠିର ରେଡ୍ଡି, ମହେନ୍ଦ୍ର ଗୌଡ, ଶିବ ରଞ୍ଜନ ସାହୁ, ରଘୁନାଥ ବେହେରା, ରଞ୍ଜିତ ରାଉଳ, ପଦ୍ମଲାଭ ସାହୁ, ଦିଲ୍ଲୀପ ବେହେରା, ମହାଦେବ ଖୁଣ୍ଟିଆ, ସୁବ୍ରତ ଭୋଳ, ଜିତେନ୍ଦ୍ର ପାଣିଗ୍ରାହୀ, ଟି. କିଶୋର ରେଡ୍ଡି, ହିନ ଖୁଣ୍ଟିଆ, ନାରାୟଣ ପରିଡା, ରମେଶ ପାତ୍ରଙ୍କ ସମେତ ବହୁ ପୂଜା କମିଟିର ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।