ନେହରୁ ଯୁବ କେନ୍ଦ୍ର ପକ୍ଷରୁ ବକୃତା ପ୍ରତିଯୋଗିତା
ପୋଲସରା, (ଅନିଲ କୁମାର ମହାରଣା):ବ୍ରହ୍ମପୁର ନେହରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ନଭେମ୍ବର ୧୦ ତାରିଖ ଦିନ ହାତୀଓଟ ସ୍ଥିତ ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ନେହରୁ ଯୁବ କେନ୍ଦ୍ର ପକ୍ଷରୁ ୨୦୨୨ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ଆଳଙ୍କାରିକ ବକୃତା ପ୍ରତିଯୋଗିତାରେ ପୋଲସରା ବ୍ଲକର ପୋଲସରା ବିଜ୍ଞାନ ମହାବିଦ୍ୟାଳୟ, ପୋଲସରା ଗୁରୁ-ଛାତ୍ରଛାତ୍ରୀ ତାଲିମ ଶିକ୍ଷା ଅନୁଷ୍ଠାନ ଓ ହାତୀଓଟ ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ଅଂଶଗ୍ରହଣ କରିଥିଲେ। ” ସ୍ୱଦେଶାନୁରାଗ ଓ ରାଷ୍ଟ୍ର ନିର୍ମାଣ ” ପ୍ରସଙ୍ଗ ଉପରେ ଶବ୍ଦାଡ଼ମ୍ବର ପୂର୍ଣ୍ଣ ବକୃକ୍ତା ପ୍ରତିଯୋଗିତାରେ ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ରବୀନ୍ଦ୍ର କୁମାର ରଣା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀଦ୍ବୟ ବସୁଧା ପାତ୍ର ଦ୍ଵିତୀୟ ସ୍ଥାନ ଓ ପ୍ରତିଶୃତି ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏହି ବକୃତା ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଚାରକ ଭାବେ ମୁରଲୀଧର ନନ୍ଦ, ସୁରେନ୍ଦ୍ର ନାଥ ପାଢ଼ୀ ଓ ପ୍ରମୋଦ କୁମାର ରଥ ନିୟୋଜିତ ରହିଥିଲେ। ନେହରୁ ଯୁବ କେନ୍ଦ୍ର ପକ୍ଷରୁ ଅନିଲ କୁମାର ଖଟେଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷା ଯାଜ୍ଞସେନୀ ସାହୁ,ଓ ପରିଚାଳନା କମିଟି ସମ୍ପାଦକ ନରେନ୍ଦ୍ର କୁମାର ଦେବତା ଯୋଗଦେଇଥିବା ବେଳେ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।


