ବାଲିଗୁଡାରେ ୬୯ତମ ରାଜ୍ୟ ସ୍ତରୀୟ ପୁରୁଷ ଭଲିବଲ ପ୍ରତିଯୋଗିତା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡାର ଖେଳପଡିଆରେ ୬୯ତମ ରାଜ୍ୟ ପୁରୁଷ ଭଲିବଲ ପ୍ରତିଯୋଗିତା ଉଦଘାଟନ ହୋଇଯାଇଛି । ଏହି ରାଜୟସ୍ତରୀୟ ପ୍ରତିଯୋଗିତାକୁ ସୌଜନ୍ୟ ଉପଖଣ୍ଡ କ୍ରୀଡା ସଂଘ ବାଲିଗୁଡା ଦ୍ୱାରା କରାଯାଉଛି । ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥୀିଭାବେ ପୁର୍ବତନ ବିଧାୟକ ରାଜୀବ ପାତ୍ର, ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର, ତହସିଲଦାର ଶଶାଙ୍କ ସେଖର ପାତ୍ର, ପୁର୍ବତନ ଏନଏସି ଅଧକ୍ଷ ଲୋକନାଥ ପାଢୀ , ଉପଖଣ୍ଡ କ୍ରୀଡା ସଂଘର ଉପସଭାପତି ତଥା ଆଇନଜୀବି ସେକ ସାଦିକ କ୍ରୀଡା ସଂଘର ସମ୍ପାଦକ ଡ ଶୁସାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଉଦଘାଟନୀ ମ୍ୟାଚରେ ନୁଆପଡା ବନାମ ବଲାଙ୍ଗିର ମଧ୍ୟରେ ହୋଇଥିଲା ଏଥିରେ ବଲାଙ୍ଗିର ଦଳ ଜିତିଛନ୍ତି । ଏହି ପ୍ରତିଯୋଗିତାରେ ସାତଗୋଟି ଦଳ ଯଥା ବଲାଙ୍ଗିର, ଯାଜପୁର, କେନ୍ଦ୍ରାପଡା, କଳାହାଣ୍ଡି, ରାଉରକେଲା, ସମ୍ବଲପୁର ଓ ନୁଅସାପଡା ଦଳ ଅଂଶ ଗ୍ରହଣ କରିଛନ୍ତି । ଆସନ୍ତାକାଲି ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ହେବ । ଏହି ଭଲି ଖେଳ ବାଲିଗୁଡାରେ ପ୍ରଥମ ଥର ହେଉଥିବା ହେତୁ ଦେଖିବାକୁ ଲୋକଙ୍କ ଭିଡଜମିଛି ।


