ବଜାଜ କେଟିଏମିର‘ଆରସି-୨୦୦’ର ବଜାର ପ୍ରବେଶ
ବାଲେଶ୍ୱର, (ସରୋଜ ପଣ୍ଡା) : ବଜାଜ କେଟିଏମ କମ୍ପାନିର ନୂତନ ମଡେଲ ବାଇକ ‘ଆରସି-୨୦୦’ର ବାଲେଶ୍ୱର ବଜାର ପ୍ରବେଶ ହୋଇଛି । କମ୍ପାନିର ଅଧିକୃତ ବିକ୍ରେତା ଭୀମପୁରା ଛକସ୍ଥିତ ‘ଶୁଭଲକ୍ଷ୍ମୀ ମୋଟର୍ସ’ ପକ୍ଷରୁ ନୂତନ ଗାଡ଼ିର ଶୁଭ ଉଦଘାଟନ ସହ ବିକ୍ରି ଆରମ୍ଭ ହୋଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ବାଲେଶ୍ୱର ଟ୍ରାଫିକ ଥାନା ଆଇଆଇସି ମୋନାଲିସା କର ଓ ଶୁଭଲକ୍ଷ୍ମୀ ମୋଟର୍ସର ନିର୍ଦ୍ଦେଶକ ସ୍ମାରକ ଦାଶ ଯୋଗଦେଇ ନୂତନ ମଡେଲ ବାଇକ୍ ‘ଆରସି-୨୦୦’କୁ ଅନାବରଣ କରିଥିଲେ । ଭାରତୀୟ ସଡ଼କର ସ୍ଥିତି ଅନୁସାରେ ଯୁବଗୋଷ୍ଠୀଙ୍କୁ ରୋମାଞ୍ଚକର ବାଇକ ଚାଳନାର ଅନଭୂତି ପ୍ରଦାନରେ ଏହି ନୂଆ ବାଇକ୍ ବେଶ ସହାୟକ ହେବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେଟିଏମ ବାଇକ୍ର ପୂର୍ବାଞ୍ଚଳ ମୁଖ୍ୟ ସୁବ୍ରତ ମହାପାତ୍ର ଓ କ୍ଷେତ୍ରୀୟ ବିକ୍ରୟ ମ୍ୟାନେଜର ହିମାଂଶୁ ମିଶ୍ର ଏଥିରେ ବରେଣ୍ୟ ଅତିଥିଭାବେ ଯୋଗଦେଇ ନୂତନ ବାଇକ୍ର ସଫଳତା କାମନା କରିଥିଲେ । ଶୁଭଲକ୍ଷ୍ମୀ ମୋଟର୍ସର ସୋ-ରୁମ ମ୍ୟାନେଜର ମନୋଜ କୁମାର ନାୟକ ଏହି ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ ନୂତନ ବାଇକର ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ୨୦୦ସିସି ଇଞ୍ଜିନ ସିଙ୍ଗଲ ସିଲିଣ୍ଡର ବିଶିଷ୍ଟ ଏହି ଷ୍ଟାଇଲିଷ୍ଟ ରେସିଙ୍ଗ ବାଇକ୍ରେ ୪୦ପ୍ରତିଶତ ବଡ ଏୟାର ବକ୍ସ, ଏଲଇଡି ହେଡ ଲ୍ୟାମ୍ପ, ଉତ୍ତାପ ନିୟନ୍ତ୍ରଣ ପାଇଁ କର୍ଭଡ୍ ରେଡିଏଟର, ଏଲସିଡି ଡିସ୍ପ୍ଲେ ପ୍ରଭୃତି ନୂତନ ବୈଶିଷ୍ଟ ରହିଛି । ୨ଲକ୍ଷ ୯ହଜାର ସୋ-ରୁମ ପ୍ରାଇସ୍ରେ ବିକ୍ରି ହେଉଥିବା ଏହି ବାଇକ୍ରେ ଆରୋହୀ ବେଶ ଆରାମଦାୟକ ଯାତ୍ରାର ମଜା ନେଇପାରିବେ ବୋଲି ଶ୍ରୀ ନାୟକ କହିଥିଲେ । ତେବେ ଅନ୍ୟ ଗାଡି ତୁଳନାରେ ଏହି ବାଇକ୍ରେ ମ୍ୟାଂଟେନ୍ୟାନ୍ସ ଖର୍ଚ୍ଚ ବହୁତ କମ୍ ରହିଥିବା ସେ ସୂଚନା ଦେଇଥିଲେ । ତେବେ ଗ୍ରାହକଙ୍କ ସୁବିଧା ପାଇଁ ଫାଇନାନ୍ସ ବ୍ୟବସ୍ଥା ରହିଥିବା ବେଳେ ଗ୍ରାହକ ସେବାକୁ ଏହି ସୋ’ରୁମ୍ ଅଧିକ ଗୁରୁତ୍ୱ ଦେଉଥିବା ଶ୍ରୀ ନାୟକ କହିଥିଲେ । କେଟିଏମ ବାଇକ ଚଳାଉଥିବା ବହୁ ଯୁବ ଗ୍ରାହକ ଏହି ନୂତନ ବାଇକ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ଶୁଭଲକ୍ଷ୍ମୀ ମୋଟର୍ସର ସର୍ଭିସ ଆଡଭାଇଜର ବକ୍ରମ ବିଶ୍ୱାଳ ଓ ହେଡ ଟେକ୍ନିସିଆନ୍ ଶେଖ ଅବଦୁଲ ରଜାକଙ୍କ ସମେତ ସୋ-ରୁମର କର୍ମଚାରୀମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


