କୋଭିଡ କଟକଣା ମଧ୍ୟରେ ଛଟପୂଜା

ବାଲେଶ୍ୱର, (ସରୋଜ ପଣ୍ଡା) : କୋଭିଡ କଟକଣା ଯୋଗୁଁ ବାଲେଶ୍ୱରରେ ଅବସ୍ଥାନ କରୁଥିବା ଭଜପୁରୀ ସମ୍ପ୍ରଦାୟ ଲୋକେ ଚଳିତବର୍ଷ ବୁଢ଼ାବଳଙ୍ଗ ନଦୀର ବାଲିଘାଟକୁ ଯିବା ପରିବେର୍ତ୍ତ ଘରେ ଛଟପୂଜା କରିଥିବା ଦେଖିବାକୁ ମିଳିଛି । ବୁଧବାର ତୃତୀୟ ଦିନରେ ଘର ଅଗଣାରେ କୃତ୍ରିମ ପାଣିକୁଣ୍ଡ ରଖି ଉଭୟ ମହିଳା ପୁରୁଷ ପୂଜାର୍ଚ୍ଚନା କରିବା ସହ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ । ୪ ଦିନ ବ୍ୟାପୀ ହେଉଥିବା ଏହି ପୂଜାର ପ୍ରଥମ ଓ ଦ୍ୱିତୀୟ ଦିନରେ ନାହାଏ ଖାଏ ଓ ରସିଆଖିର ଆଦି ଅର୍ଘ୍ୟ ପ୍ରଦାନ କରାଯାଥିଲା । ତେବେ ଚତୁର୍ଥ ଦିନର ଉଦଯାପନ ଉତ୍ସବ ସୂର୍ଯ୍ୟୋଦୟ ସମୟରେ ଆୟୋଜିତ ହୋଇଥାଏ ବୋଲି ସେମାନେ ସୂଚନା ଦେଇଛନ୍ତି । ସକାଳେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ ପରେ ସମସ୍ତେ ଭୋଗ ଖାଇଥା’ନ୍ତି । ପରିବାର ଲୋକଙ୍କ ମଙ୍ଗଳ କାମନା କରି ଉଭୟ ପତି ଓ ପତ୍ନୀ ଏହି ଛଟ ପୂଜା କରିଥା’ନ୍ତି ବୋଲି ସେମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ