ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ ସମ୍ବର୍ଦ୍ଧିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଗୋଷ୍ଟାଷ୍ଟମୀ ପାଳନ ଅବସରରେ ଭଦ୍ରକସ୍ଥିତ ବଳଦେବଜୀଉ ଗୋଶାଳା ପକ୍ଷରୁ ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମହୁଲଗଢିଆ ଗ୍ରାମ ତଥା ତିହିଡି ପ୍ରାଣୀ ଚିକିତ୍ସାଳୟର ପ୍ରାଣୀ ଚିକିତ୍ସକ ଡାକ୍ତର ନିରାକର ଜେନା ଓ ଓଡଙ୍ଗ ପ୍ରାଣୀଧନ ନିରୀକ୍ଷକ ପ୍ରିୟବ୍ରତ ରାଉତଙ୍କୁ ସମ୍ମାନୀତ କରାଯାଇଛି । ପ୍ରାଣୀ ଚିକିତ୍ସା, ପ୍ରାଣୀ ପାଳନ ତଥା ମାଂସ, ଅଣ୍ଡା, ଦୁଗ୍ଧ ଉତ୍ପାଦନ ଓ ଆତ୍ମନିଯୁକ୍ତି ଓ ବେକାରୀ ଦୂରୀକରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ ପାଇଁ ଉଭୟଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ