ନେତାଜୀ ମଡେଲ ସ୍କୁଲରେ ଶିଶୁ ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମହାନ ଜନନାୟକ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ତଥା ଶିଶୁ ଦିବସ ଉତ୍ସବ ସ୍ଥାନୀୟ ମାଧପୁର ସ୍ଥିତ ନେତାଜୀ ମଡେଲ ସ୍କୁଲରେ ପାଳିତ ହୋଇଯାଇଛି । ପ୍ରଥମେ ଶିଶୁମାନେ ଚାଚା ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ସ୍କୁଲର ସମ୍ପାଦକ ମହମ୍ମଦ ଜାହିଦ ଖାନଙ୍କ ସଭାପତିତ୍ୱରେ ପୂର୍ବରୁ ଶିଶୁମାନଙ୍କ ମଧ୍ୟରେ ହୋଇଥିବା ସଂଗୀତ, ନୃତ୍ୟ ଓ ଝୋଟିପକା ଭଳି ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗୀତା ଗୁଡିକ କୋଭିଡ ନିୟମ ଅନୁପାଳନ ପୂର୍ବକ ଅନଲାଇନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ