ବିଶ୍ୱ ମଧୁମେହ ଦିବସରେ‘ଶ୍ରୀ ପଲି କ୍ଲିନିକ’ର ସଚେତନତା ଶୋଭାଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ସହରର ଶ୍ରୀ ପଲି କ୍ଲିନିକ ପକ୍ଷରୁ ବିଶ୍ୱ ମଧୁମେୟ ଦିବସ ରବିବାର ପାଳିତ ହୋଇଯାଇଛି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସକାଳେ ଏକ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା । କ୍ଲିନିକର ମୁଖ୍ୟ ତଥା ବରିଷ୍ଠ ମଧୁମେହ ବିଶେଷଜ୍ଞ ଡାକ୍ତର ଅମୂଲ୍ୟ କୁମାର ଦାସ ପତାକା ଦେଖାଇ ଏହି ଶୋଭାଯାତ୍ରାକୁ ଉଦଘାଟନ କରିବା ସହିତ ସାମ୍ପ୍ରତିକ ସମାଜ ପାଇଁ ଘାତକ ସାବ୍ୟସ୍ତ ହୋଇଥିବା ମଧୁମେହ ରୋଗର ଭୟାବହତା ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ନିୟମିତ ଶାରୀରିକ ବ୍ୟାୟାମ ଓ ଉତ୍ତମ ଚିକିତ୍ସା ଦ୍ୱାରା ମଧୁମେୟ ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇପାରିବ ବୋଲି ଡାକ୍ତର ଦାସ ସୂଚନା ଦେଇଥିଲେ । କଲେଜ ରୋଡ଼ସ୍ଥିତ କ୍ଲିନିକ ନିକଟରରୁ ଏହି ଶୋଭାଯାତ୍ରା ବାହାରି କଲେଜ ଛକ, ଆଜିମାବାଦ, ପୁଲିସ ଲାଇନ ଛକ, ଷ୍ଟେସନଛକ, ଫାଣ୍ଡିଛକ, ବିବେକାନନ୍ଦ ରୋଡ଼, ପାଣିଟାଙ୍କି ଛକ ଓ ସିନେମାଛକ ଦେଇ ପୁନର୍ବାର ଶ୍ରୀ ପଲି କ୍ଲିନିକ ନିକଟରେ ଶେଷ ହୋଇଥିଲା । ଶୋଭାଯାତ୍ରାରେ ନର୍ସ, ସ୍ୱାସ୍ଥ୍ୟ କର୍ମୀ ଓ ବହୁ ମଧୁମେୟ ରୋଗୀ ସାମିଲ ହୋଇ ପ୍ଲା’କାର୍ଡ଼ ପ୍ରଦର୍ଶନ ପୂର୍ବକ ତଥା କୋଭିଡ୍ ଗାଇଡ ଲାଇନ ଅନୁସାରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଗୋପାଲ କୃଷ୍ଣ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବଟକୃଷ୍ଣ ଦାସ, ପ୍ରାଣକୃଷ୍ଣ ଦାସ, ଦେବାଶିଷ ଦାସ, ସୁଶାନ୍ତ କୁମାର ଦାସ, ତପନ ଜେନା, ଚିତ୍ତରଂଜନ କର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରକାଶ ମିଶ୍ର, ସୁଧାକର ନନ୍ଦ, ଗୌରାଙ୍ଗ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ