‘ହେଲଦି ଲାଇଫ’ପକ୍ଷରୁ ବିଶ୍ୱ ମଧୁମେହ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱରର ଅନ୍ୟତମ ଯୋଗ ଶିକ୍ଷାନୁଷ୍ଠାନ ‘ହେଲଦି ଲାଇଫ’ ଓ ‘ଇନଷ୍ଟିଚ୍ୟୁଟ ଅଫ ନେଚର କିଓର ଏଣ୍ଡ ଯୌଗିକ ସାଇନ୍ସ’ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ବିବେକାନନ୍ଦ ମାର୍ଗସ୍ଥିତ ଅନୁଷ୍ଠାନର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଦୈନିକ ଓଡ଼ିଆ ଖବରକାଗଜ ‘ଧ୍ୱନିପ୍ରତିଧ୍ୱନି’ର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା ଓ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି କାଳୀପଦ ପଣ୍ଡା ବରେଣ୍ୟ ଅତିଥି ଭାବେ ଯୋଗଦେଇ ନିରୋଗ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ହେଲଦି ଲାଇଫର ଏହି ଉଦ୍ୟମ ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ । ସାମ୍ପ୍ରତିକ ସମାଜରେ ଡାଇବେଟିସ ରୋଗୀ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ଶରୀର ପାଇଁ ପ୍ରାକୃତିକ ଚିକିତ୍ସା ସାଙ୍ଗକୁ ଖାଦ୍ୟ ସଂଯମତା ଓ ଯୋଗ-ପ୍ରାଣାୟମର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ହେଲଦି ଲାଇଫ ସଂସ୍ଥାର ନିର୍ଦ୍ଦେଶକ ଡାକ୍ତର ଚିତ୍ତରଂଜନ ସାହୁ ଏଥିରେ ଉପସ୍ଥିତ ରହି ମଧୁମେହ ରୋଗର କାରଣ ଓ ଚିକିତ୍ସା ପଦ୍ଧତି ଉପରେ ଆଲୋଚନା କରିଥିଲେ । ଡାଇବେଟିସ ମୁକ୍ତ ଭାରତ ନିର୍ମାଣ ପାଇଁ ହେଲଦି ଲାଇଫ ପକ୍ଷରୁ ନିୟମିତ ମଧ୍‌ୁମେହ ପରୀକ୍ଷା ଶିବିର ସହ ଯୋଗ ଓ ପ୍ରାଣାୟମ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଥିବା ଡାକ୍ତର ସାହୁ ସୂଚନା ଦେଇଥିଲେ । ଅନୁଷ୍ଠାନର ସମ୍ପାଦିକା ଦେବୀ ଅର୍ଚ୍ଚନା ଏହି କାର୍ଯ୍ୟକ୍ରମରେ ପୌରହିତ୍ୱ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ