‘ଶ୍ରୀଜୀ ଲାଇଫ କେୟାର’ପକ୍ଷରୁ ଡାଇବେଟିସ ପରୀକ୍ଷା ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) : ବିଶ୍ୱ ମଧୁମେହ ଦିବସ ଅବସରରେ ‘ଶ୍ରୀଜୀ ଲାଇଫ କେୟାର’ ଓ ‘ଜ୍ୟୋତି ଆନନ୍ଦ ହେଲଥ କେୟାର’ର ମିଳିତ ସହଯୋଗରେ ଏକ ନିଃଶୁଳ୍କ ଡାଇବେଟିସ ପରୀକ୍ଷା ଶିବିର ଗେ।।ପାଳଗାଁସ୍ଥିତ ଶ୍ରୀଜୀ ଲାଇଫ କେୟାର କ୍ଲିନିକରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ମାନସ ରଞ୍ଜନ ନାୟକ ଓ ଡାକ୍ତର ଆକଶ ମୋଦି ଏହି ଶିବିରରେ ଯୋଗଦେଇ ମଧୁମେହ ରୋଗର ନିରାକରଣ ଓ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ପରାମର୍ଶ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ବହୁ ପୁରୁଷ ଓ ମହିଳା ଏହି ଶିବିରରେ ରୋଗ ପରୀକ୍ଷା କରିଥିଲେ । ଡାକ୍ତର ସୌଭାଗ୍ୟ ମିଶ୍ର, ରାଜୀବ ଦାଶ, ତାପସ କୁମାର ପ୍ରଧାନ, ପ୍ରଦୀପ୍ତ ଶେଖର ମହାପାତ୍ର, ଶୁଭଜିତ ବିନ୍ଧାଣୀ, ନନୀଗୋପାଳ ବାରିକ, ଇତିସ୍ମିତା ନାୟକ, ପ୍ରିୟଙ୍କା ଦାସ, ସଞ୍ଜୟ ବେହେରା ପ୍ରମୁଖ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।


