ଅନୁଭୂତି ବାଣ୍ଟିଲେ, ପୁରସ୍କୃତ କରିଲେ ପୁରାତନ ଛାତ୍ର ଙ୍କ ସହ ପାଳନ ହେଲା ଶିଶୁ ଦିବସ

ରାଇକିଆ, (ପ୍ରଦୀପ ବେହେରା) : ରବିବାର ଅଭିନବ ଢଙ୍ଗ ରେ ଶିଶୁ ଦିବସ ପାଳନ ହୋଇଛି କନ୍ଧମାଳ ଜିଲ୍ଲା ରାଇକିଆ ବିଜୟ ହାଇସ୍କୁଲ୍ ରେ । ପୁରାତନ ଛାତ୍ର ମାନେ ବିଦ୍ୟାଳୟ ରେ ଉପସ୍ଥିତ ରହି ଛାତ୍ରିଛାତ୍ର ଙ୍କ ସହ ଶିଶୁ ଦିବସ ପାଳନ କରିଲେ । ବିଭିନ୍ନ କ୍ଷେତ୍ର ରେ ନିଜକୁ ପ୍ରତିଷ୍ଠିତ କରିଥିବା ପୁରାତନ ଛାତ୍ର ମାନେ ମିଷ୍ଟାନ୍ନ ବଣ୍ଟନ କରିବା ସହ ନିଜର ଛାତ୍ର ଜୀବନ ର ଅନୁଭୂତି ବାଣ୍ଟି ଥିଲେ । ମୋ ସ୍କୁଲ୍ ଅଭିଯାନ ରେ ଯୋଡ଼ି ବିଦ୍ୟାଳୟ ର ରୂପାନ୍ତରଣ କାର୍ଯ୍ୟ ରେ ପ୍ରମୁଖ ଭୂମିକା ନେଇଥିବା ପୁରାତନ ଛାତ୍ର ମାନେ ବର୍ତ୍ତମାନର ଛାତ୍ରିଛାତ୍ର ଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ । ଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ ମଧ୍ୟ କରିଥିଲେ । ଏଥିସହ ୫ଟି ରେ ରୂପାନ୍ତରଣ ହୋଇଥିବା ସ୍ମାର୍ଟ୍ କ୍ଲାସ୍ ରୁମ ଓ ଭିତ୍ତିଭୂମି ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରରେ ରେ ପୁରାତନ ଛାତ୍ର ଙ୍କ ଉପସ୍ଥିତି ନୂଆ ଅଧ୍ୟାୟ ସୃଷ୍ଟି କରିଛି । ସେମାନଙ୍କ ଉପସ୍ଥିତି ଛତ୍ରିଛାତ୍ର ଙ୍କୁ ପ୍ରେରଣା ଯୋଗାଇବ ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ମଣ୍ଡଳ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ