ଲଗାଣ ବର୍ଷାରେ ବେହାଲ ଏସଡିପିଓଙ୍କ କାର୍ଯ୍ୟାଳୟରୁ

ଛତ୍ରପୁର, (ଦେବଦତ୍ତ ମହାରଣ) : ଅଦିନିଆ ବର୍ଷା ଯୋଗୁଁ ଛତ୍ରପୁର ସହରର ବିଭିନ୍ନ ଅଂଚଳରେ ସଠିକ୍ ଭାବରେ ଜଳ ନିଷ୍କାସନ ହୋଇପାରୁନଥିବାରୁ ବିଭୀନ୍ନ ସାହି ଗୁଡିକରେ ବର୍ଷା ପାଣି ଜମି ରହିଥିବା ଯୋଗୁଁ ରାସ୍ତାରେ ଆଣ୍ଠୁଏ ପାଣି ଥିବା ଦେଖିବାକୁ ମିଳିଛି । କେତେକ ରାସ୍ତା ଗୁଡିକ ସମ୍ପୁର୍ଣ୍ଣ ନଷ୍ଟ ହେବାରେ ଲାଗିଛି । ସ୍ଥାନୀୟ ଏନଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡର ପୁରୁଣା ପୋଲିସ୍ ଲାଇନ ସ୍ଥିତ ଏସଡିପିଓଙ୍କ କାର୍ଯ୍ୟାଳୟ ଠାରୁ ଜାତୀୟ ରାଜପଥକୁ ସଂଲଗ୍ନ ଥିବା ରାସ୍ତାଟିର କଥା କହିଲେ ନ ସରେ । ରାସ୍ତାରେ ଯାତାୟତ କରିବା ସମ୍ଭବ ହୋଇପାରୁନଥିବା ବେଳେ କଲୋନୀର ବାସିନ୍ଦା ମାନେ ବିଭିନ୍ନ ଅସୁବିଧା ଦେଇ ଗତି କରି ଆସୁଛନ୍ତି । ଏହି ରାସ୍ତାଟି ଜାତୀୟ ରାଜପଥକୁ ଯାତାୟତ କରିବା ନିମନ୍ତେ କମ୍ ବାଟ ଥିବାରୁ ବହୁ ଅଂଚଳ ବାସି ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ମାତ୍ର ଅଦିନିଆ ବର୍ଷା ଯୋଗୁଁ ଏହି ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡିଛି । ଏଣୁ ପ୍ରଶାସନ ପକ୍ଷରୁ ରାସ୍ତାର ମରାମତି କରି ପକ୍କା ରାସ୍ତା କରିବାନିମନ୍ତେ ଅଂଚଳ ବାସୀ ମାନେ ଦାବୀ କରିଛନ୍ତି । ସେହିପରି ଲଗାଣ ବର୍ଷାରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର କାନ୍ଥ ଭୁଷୁଡି ପଡିଥିବା ମଧ୍ୟ ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ