ବିର ସହିଦ ବିର୍ଷା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀକୁ ଜନଜାତି ଗୈାରବ ଦିବସ ଭାବେ ପାଳନ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱାଧିନତା ସଂଗ୍ରାମୀ ସହିଦ୍ ବିର ବିର୍ଷା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀକୁ ଜନଜାତି ଗୈାରବ ଦିବସ ତଥା ଅମୃତ ଉତ୍ସବ ରୂପେ ଆଜି ପାଳନ କରାଯାଇଥିଲା ।ଆଗାମୀ ପିଢ଼ିକୁ ସେମାନଙ୍କ ଦେଶ ପ୍ରତି ଅବଦାନ ଜଣାଇବା ଲକ୍ଷ ରଖି ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡ ର ପୁର୍ବତନ ରାଜ୍ୟପାଳ ଶ୍ରୀମତି ଦ୍ରୋପଦୀ ମୁର୍ମୁ ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ କରଂଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କୁ ଧୁମସା ଓ ମାଦଳ ବଜାଇ ଛାତ୍ର ଛାତ୍ରୀ ମାନେ ଆଦିବାସୀ ନୃତ୍ୟ ପରିବେଷଣ କରି ପରମ୍ପରା ଅନୁଯାୟୀ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଭାଗିରଥି ପୃଷ୍ଟି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଡ଼ ଦେବେଶ ହୋତା ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ ବିଷୟରେ ଅଧ୍ୟାପକ ସିପୁନ ଦାସ ବକ୍ତବ୍ୟ ରଖିଥିଲେ । ପୂର୍ବରୁ କଲେଜ ରେ ହୋଇଯାଇଥିବା କାର୍ଯ୍ୟକ୍ରମରେ କୃତି ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ସମରେନ୍ଦ୍ର ଦାସ, ଅଧ୍ୟାପିକା ଗୀତାଞ୍ଜଳୀ ବିରତିଆ ଓ ଅଭିପ୍ସା ମିଶ୍ର ପରିଚାଳନା କରିଥିବାବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ। ସଭା ଶେଷରେ ଅଧ୍ୟାପକ ଵିଜୟ କୁମାର ମାରାଣ୍ଡି ଧନ୍ୟବାଦ ଅଭିଭାଷଣ ରଖିଥିଲେ।