ଗଜପତିର ବିଭିନ୍ନ ସ୍ଥାନରେ ଅଷ୍ଟପ୍ରହରୀ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ କାର୍ତ୍ତିକ ପଞ୍ଚୁକ ଆରମ୍ଭ ସହ ପ୍ରଶାସନର କଟକଣାରେ ବିଭିନ୍ନ ସ୍ଥାନରେ ପବିତ୍ର ଅଷ୍ଟପ୍ରହରୀ ପାଳିତ ହେଉଥିବାର ଦେଖିବାକୁ ମିଳୁଛି । ସୂଚନା ଯୋଗ୍ୟ ଯେ କୋଭିଡ୍‌-୧୯ କଟକଣାକୁ ଲକ୍ଷ୍ୟ କରି ପବିତ୍ର ଅଁଳାନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପଞ୍ଚୁକ ପାଳିତ ହେଉଛି । ଗତକାଲି ବଡ ସୋମବାର ତଥା ବଡ ଏକାଦଶୀ ତିଥିରେ ବିଶେଷ କରି ମହିଳାମାନେ ବିଭିନ୍ନ ମଠମନ୍ଦିରକୁ ଯାଇ ଦେବଦେବୀଙ୍କ ଦର୍ଶନ କରିଥିଲେ । ସେହିପରି ଏହି ପାଞ୍ଚ ଦିନ ବ୍ୟାପୀ ବିଭିନ୍ନ ମଠ ମନ୍ଦିରରେ ଅଷ୍ଟପହରୀ ହେଉଥିବାର ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ