ଅବର୍ଜନାରେ ପୁର୍ଣ୍ଣ ପାରଳା ସଞ୍ଜୟଗାନ୍ଧୀ କଲୋନୀର ସମସ୍ୟା ସୁଧୁରିବ କେବେ ?
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପୌରପରିଷଦ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ସ୍ୱଚ୍ଛତା ଅବଲମ୍ବନ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ହଲେ ସହରର ୧୪ନମ୍ବର ୱାର୍ଡ ସଞ୍ଜୟଗାନ୍ଧୀ କଲୋନୀ ଠାରେ ସମସ୍ୟା ସୁଦ୍ଧିରିବ କେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସହରର ବିଭିନ୍ନ ସାହିବସ୍ତିରେ ସ୍ୱଚ୍ଛତାକୁନେଇ ଘରକୁ ଘର ବୁଲି ପରିବେଶକୁ ସ୍ୱଚ୍ଛ ରଖିବା ସମ୍ପର୍କେ ସଚେତନତା କରାଯାଉଛି । ଏହାସହ ଶୌଚାଳୟ ବ୍ୟବହାର ଓ ଅଳିଆ ଆବର୍ଜନାକୁ ବାହାରେ ନଫୋପାଡି ଅଳିଆ ଡବାରେ ପକାଇବା ପାଇଁ ଅନୁରୋଧ କରାଯାଉଛି । ତେବେ ଏସବୁ ସଚେତନତା କୁଆଡେ ଯାଉଛି ନା ନାମକୁ ମାତ୍ର ଏପରି କରାଯାଉଛି ବୋଲି ଚର୍ଚ୍ଚା ଯୋର ଧରିଛି । ସରକାର ସ୍ୱଚ୍ଛତାକୁନେଇ ସ୍ୱଚ୍ଛସାଥି ଠାରୁ ଆରମ୍ଭ କରି ଓଳିଆ ବୋହିବା ପାଇଁ ଗାଡି ସହ କର୍ମଚାରୀମାନଙ୍କୁ ନିଯୁକ୍ତ କରିଛନ୍ତି । ଏଥିଲାଗି ଘର ଘରକୁ ପ୍ରତ୍ୟେକ ମାସରେ ୩୦ଟଙ୍କା ଲେଖାଏଁ ଟିକସ ବାବଦରେ ଆଦାୟ କରାଯାଉଛି । ହେଲେ ସଞ୍ଜୟଗାନ୍ଧୀ କଲୋନୀର ଏପରି ଚିତ୍ରକୁ ଦେଖିଲେ ସହଜର ଜଣାପଡୁଛି ଯେ, କିଏ କେତେ ସଚେତନତା ରହିଛି । ତେବେ ଏପରି ସଞ୍ଜୟଗାନ୍ଧୀ କଲୋନୀ ନୁହଁ ଏହାକୁ ସଂଲଗ୍ନ ହୋଇଥିବା ୧୬ନମ୍ବର ୱାର୍ଡର ସାହି ବସ୍ତି ମଧ୍ୟ ଏପରି ଅଳିଆ ଆବର୍ଜନାରେ ପରିପୂର୍ଣ୍ଣଥିବାପରି ମନେ ହେଉଛି ।


