କେନ୍ଦ୍ରାପଡାରେ ଅତ୍ୟାଧୁନିକ ଲାମିନେସନ ମେସିନ ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ବଳଦେବ ଆଡ ମିଡିଆ ପରିସରରେ ମଙ୍ଗଳବାର ଏକ ଅତ୍ୟାଧୁନିକ ଲାମିନେସନ ମେସିନ ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ପ୍ରଥମ ଅତ୍ୟାଧୁନିକ ଲାମିନେସନ ମେସିନକୁ ଆନୁଷ୍‌ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ବଳଦେବ ଆଡ ମିଡିଆର ସତ୍ୱାଧିକାରୀ ଶୃତିରଞ୍ଜନ ସ୍ୱାଇଁ, ଶୁଭକାନ୍ତ ରାଉତ, ଦେବାଶିଷ ସାମଲ, ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ