ବୁଗୁଡା ବ୍ଲକର ୩ ଟି ରୂପାନ୍ତରିତ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ବୁଗୁଡା, (ଅନିଲ କୁମାର ମହାରଣା):ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୮୩ ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ଭର୍ଚୁଆଲ ମାଧ୍ୟମରେ ନଭେମ୍ବର ୧୬ ତାରିଖ ଦିନ ଲୋକାର୍ପଣ କରିଥିବା ବେଳେ ସେଥି ମଧ୍ୟରୁ ବୁଗୁଡା ବ୍ଲକର ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟ, ବାଲିପଦର ଉଚ୍ଚ ବିଦ୍ୟାଳୟ ଓ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଅନ୍ତର୍ଭୁକ୍ତ ଅଟେ। ଫାଇଭି ଟି ଉପକ୍ରମରେ ବୁଗୁଡା ବ୍ଲକର ୩ ଟି ଉଚ୍ଚ ବିଦ୍ୟାଳୟ ରୁପାନ୍ତରିତ ହୋଇ ଅତ୍ୟାଧୁନିକ ଶିକ୍ଷଣ ଉପକରଣ ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥା ସହ ସ୍କୁଲ ମଧ୍ୟରେ ସମସ୍ତ ପ୍ରକାର ସୁବିଧାର ବ୍ୟବସ୍ଥା କରାଯାଇଛି। ରୂପାନ୍ତରିତ ପରେ ଶିକ୍ଷାନୁଷ୍ଠାନର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଥିବା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀ ମାନେ ମଧ୍ୟ ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା। ସମସ୍ତ ୩ଟି କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଙ୍କ ସମେତ ବହୁ ଅଧିକାରୀ, ଲୋକପ୍ରତିନିଧି, ଅଭିଭାବକ ବୃନ୍ଦ ଯୋଗଦେଇ ରାଜ୍ୟ ସରକାରଙ୍କ ଏହି ପ୍ରକାର ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ତିନି ଉଚ୍ଚ ବିଦ୍ୟାଳୟର ରୂପାନ୍ତରିତ କାର୍ଯ୍ୟ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ବୃନ୍ଦଙ୍କ ସହଯୋଗରେ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ଉତ୍ସବ ଉପଲକ୍ଷେ ଆଲୋକସଜ୍ଜାର ବିବସ୍ଥା କରାଯାଇଥିଲା।


