ଗୁରାଣ୍ଡି ନୂତନଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନର ନୂତନ ଥାନା ଅଧିକାରୀ ଭାବେ ରବୀନ୍ଦ୍ର ପାତ୍ର ଯୋଗଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଶ୍ରୀପାତ୍ର ଏଥି ପୂର୍ବରୁ ଅଡବା ଥାନାରେ କାର୍ଯ୍ୟରତଥିଲେ । ନୂତନ ଭାବେ ଏହି ଦାୟିତ୍ୱ ନେବାପରେ ଥାନା ଅଧିକାରୀ ଜଣକ କହିଛନ୍ତି ଯେ, ଥାନା ଅନ୍ତର୍ଗତ ସମସ୍ତ ଗ୍ରାମବାସୀ ତଥା ଜନସାଧାରଣଙ୍କ ସହ ମିଶି ଲୋକଙ୍କ ସେବା କରିବି । ତେବେ ଏଠାରେ ଥିବା ପୂର୍ବତନ ଥାନା ଅଧିକାରିଣୀ ମମତା ପଣ୍ଡାଙ୍କୁ ପାରଳାଖେମୁଣ୍ଡି ଥାନାକୁ ବଦଳି କରାଯାଇଥିବାର ଜଣାପଡିଛି ।