ବିବାହର ପ୍ରତିସୃତିରେ ପ୍ରଲୋଭିତ କରି ଯୁବତୀଙ୍କୁ ଧର୍ଷଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜଣେ ଯୁବତୀଙ୍କୁ ବିବାହର ପ୍ରତିସୃତି ଦେଇ ପ୍ରେମ କରିବା ବାହାନାରେ ଜଣେ ଯୁବତୀଙ୍କୁ ଜଣେ ଯୁବକ ଧର୍ଷଣ କରିଛନ୍ତି । ଘଟଣା ନେଇ ଯୁବତୀଙ୍କ ପରିବାର ତରଫରୁ ଗଜପତୁ ଜିଲ୍ଲାର ଗୁରାଣ୍ଡି ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ ସୋବରା ପଞ୍ଚାୟତର ଅନ୍ଧାରଝୁଲା ଗ୍ରାମର ଜଣେ ଯୁବକ ସୁଧା ଶବର (୨୫) ଗୁରାଣ୍ଡି ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଧର୍ଷଣ କରି ଗର୍ଭଧାରଣ କରିଥିବାର ଅଭିଯୋଗ ହୋଇଛି । ଏନେଇ ଯୁବତୀଙ୍କ ପରିବାର ଲୋକେ ଗୁରାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଯୁବକ ସୁଧା ଶବର ଯୁବତୀ ଜଣଙ୍କୁ ଧର୍ଷଣ କରି ୭ମାସର ଗର୍ଭବତୀ କରିଛନ୍ତି । ଏଥି ପୂର୍ବରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଫୋନ୍ ମାଧ୍ୟମରେ ଏହି ଦୁହେଁଙ୍କ ବାର୍ତ୍ତାଳପ ଆରମ୍ଭ ହୋଇଥିଲା ପରିଶେଷରେ ପ୍ରେମ ଓ ବିବାହର ପ୍ରଲୋଭନ ଦେଖାଇ ଯୁବତୀ ଜଣକୁ ଧର୍ଷଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ଗର୍ଭବତୀ ହେବାପରେ ଯୁବତୀ ଜଣକ ପରିବାର ପକ୍ଷରୁ ବିବାହ ପାଇଁ ବାଧ୍ୟ କରିଥିଲେ । ତେବେ ଏଥିରେ ପୁଅ ଜଣକ ମନାକରିଥିଲେ । ଏହାକୁ ନେଇ ଯୁବତୀଙ୍କ ଗ୍ରାମରେ ଭଦ୍ର ତଥା ବୟଜ୍ୟୋଷ୍ଠ ଲୋକଙ୍କୁ ନେଇ ୫ଥର ସଭା ହୋଇଥିଲେ ମଧ୍ୟ କୌଣସି ସମାଧାନ ବାହାରିପାରିନଥିବାରୁ ବାଧ୍ୟ ହୋଇ ଯୁବତୀ ଜଣକ ଗୁରାଣ୍ଡି ଥାନାରେ ଯୁବକ ଜଣଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଗୁରାଣ୍ଡି ଥାନାରେ ୭୭/୨୧ରେ ମାମଲା ରୁଜୁ ହୋଇଥିବା ଏବଂ ଏହାକୁ ନେଇ ତଦନ୍ତ ଜାରି ରହିଥିବାର ଜଣାପଡିଛି । ଉଭୟ ଯୁବକ ଓ ଯୁବତୀଙ୍କୁ ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀମାଇନା କରି କୋର୍ଟକୁ ଚାଲାଣ କରାଯାଇଥିବାର ଗୁରାଣ୍ଡି ଥାନା ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ