ଜିଲ୍ଲା ବୋଇତ ବନ୍ଦାଣ ଉତ୍ସବର ୫୩ତମ ସ୍ୱନକ୍ଷତ୍ର ଦିବସ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ବୋଇତ ବନ୍ଦାଣ ସମିତି, କେନ୍ଦ୍ରାପଡା ଆନୁକୂଲ୍ୟରେ ୫୩ତମ ବୋଇତ ବନ୍ଦାଣ ଉତ୍ସବ କୋଭିଡ ନିୟମ ଅନୁପାଳନ ପୂର୍ବକ ସ୍ଥାନୀୟ ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ ରଖିବା ପାଇଁ ବୋଇତ ବନ୍ଦାଣ ସମିତିର ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ପ୍ରଫେସର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ପ୍ରାଧ୍ୟାପକ ଅଜୟ କୁମାର ରାଉତ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ. ସର୍ବେଶ୍ୱର ସେଣ ପ୍ରମୁଖ ଯୋଗଦେଇ ଉତ୍କଳ ନୈାବାଣିଜ୍ୟର ପରମ୍ପରାକୁ ବଜାୟ ରଖିବା ସହ ଓଡିଆ ଜାତିର ଗାରିମା, ଗୈାରବ, ଐତିହ୍ୟ ସମ୍ପର୍କରେ ଭବିଷ୍ୟତ ପିଢୀକୁ ଅବଗତ କରାଇବା ଏବଂ କେନ୍ଦ୍ରାପଡା ମାଟିର କୃତି ସନ୍ତାନଙ୍କୁ ସମ୍ମାନିତ କରି ପ୍ରେରଣା ପ୍ରଦାନ ନିମନ୍ତେ ସମିତିର ଦୀର୍ଘ ୫୩ବର୍ଷ ଧରି ଚାଲିଥିବା ନିରନ୍ତର ପ୍ରୟାସ ଆମ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷ ତଅପୋଇ ଭାବରେ କପାଳେଶ୍ୱର ପଞ୍ଚାୟତ ସରପଞ୍ଚ ଗାୟତ୍ରୀ ମହାନ୍ତି ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ୱର୍ଗତ ‘ମହେଶ କର ସ୍ମୃତି ସମ୍ମାନ’ ଜିଲ୍ଲାର ୪ଜଣ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜ୍ଜନ କରିଥିବା ସୁଶ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ବଳ, ପ୍ରଦୋଷ କୁମାର ପ୍ରଧାନ, ପ୍ରଭୁ ପ୍ରସାଦ ପଣ୍ଡା, ହରପ୍ରିୟା ପୃଷ୍ଟିଙ୍କ ସମେତ ସ୍ଥପତି ଶିଳ୍ପୀ କୈଳାସ ସାହୁଙ୍କୁ ପ୍ରଦାନ କରାଯାଇଥିଲା । ‘ଡାକ୍ତର ଅଲେଖ ଚନ୍ଦ୍ର ଦାସ ସ୍ମୃତି ସମ୍ମାନ’ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କୁ, ‘ଡାକ୍ତର ସରୋଜକାନ୍ତ କାନୁନଗୋ ସ୍ମୃତି ସମ୍ମାନ’ ଡାକ୍ତରୀ ଛାତ୍ର ଅମୃତ ମୋହନ ରାଉତଙ୍କୁ, ‘ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି ସ୍ମୃତି ସମ୍ମାନ’ ବରିଷ୍ଠ ଆଇନଜୀବୀ ଧରଣୀଧର ସୁଆରଙ୍କୁ, ‘ସ୍ୱର୍ଗତ ସ୍ୱରାଜ କେତନ ମଙ୍ଗରାଜ ସମ୍ମାନ’ ଶିଳ୍ପୀ ସୈାମ୍ୟରଞ୍ଜନ ପଟ୍ଟନାୟକ, ଚିତ୍ରତାରକା ତେଜ ତନ୍ମୟ, ଅଧ୍ୟାପକ ମଥୁରୀ ଚରଣ ନାୟକ, ଶିଳ୍ପୀ ତ୍ରିଲୋଚନ ବେହେରା, କବି ମନୋଜ ଦାସଙ୍କ ସମେତ ଜୟଶ୍ରୀ ଦାସ ଓ ଲିପସା ଦାସଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲାର ଚଳିତ ବର୍ଷ ମାଟ୍ରିକ ଟପର ଭବାନୀ ପ୍ରସାଦ ମିଶ୍ରଙ୍କ ସମେତ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ସ୍ୱର୍ଗତ ‘ଇନ୍ଦ୍ରମଣୀ ରାଉତ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରା, ସମ୍ପାଦକ ସଞ୍ଜୟ ରାଉତଙ୍କ ସମେତ ମହମ୍ମଦ ଆକବର ଅଲ୍ଲୀ, ଚିତରଞ୍ଜନ ଦାସ, ମୁକ୍ତାର ଖାଁ, ବୈଷ୍ଣବ ଚରଣ ପ୍ରଧାନ, ରବିନ୍ଦ୍ର ନାଥ ରଥ, ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଆଜି ପ୍ରତ୍ୟୁଷରେ କପାଳେଶ୍ୱର ପଞ୍ଚାୟତର ଜଜାଙ୍ଗ ଆଦର୍ଶ ଜେନା ପୋଖରୀରେ ସୁସଜ୍ଜିତ ବୋଇତରେ ସାଧବମାନଙ୍କୁ ତଅପୋଇ ଓ ସାଧବାଣୀମାନେ ବନ୍ଦାପନା କରିଥିଲେ । ଉତ୍ସବ ପ୍ରାରମ୍ଭରେ ସମିତିର ଦିବଂଗତ ସଦସ୍ୟ ଡା. ଅଲେଖ ଚନ୍ଦ୍ର ଦାସ, ଆଶାନନ୍ଦ ସାହୁ, ଲକ୍ଷ୍ମୀନାରାୟଣ ପ୍ରସାଦ ଦାସ, ସ୍ୱରାଜ କେତନ ମଙ୍ଗରାଜ, ଡା.ରବିନ୍ଦ୍ର ନାଥ ସାହୁଙ୍କ ବିୟୋଗରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସୋମନାଥ ସାହୁ, ପରେଶ ଦାସ, ହିମାଂଶୁ ଦାସ, ଅଶୋକ କୁମାର ସାହୁ, ସୁବାଷ ପାତ୍ର, ଭାବଗ୍ରାହୀ କର, ବିନିରାଣୀ ଖଟୁଆ, ସରୋଜକାନ୍ତ ସାହୁ(ଲୁଲୁ), ରାଜେନ୍ଦ୍ର ମହାପାତ୍ର, କମଳାକାନ୍ତ ବେହେରା, ମମତା ସେଠୀ, ଗୋପାଳକୃଷ୍ଣ ଜେନା, ଲକ୍ଷ୍ମୀକାନ୍ତ ନାୟକ, ଗୋଲେଖ ଚନ୍ଦ୍ର ପଢିଆରୀ, ରବି ନାରାୟଣ ମହାନ୍ତି, ଦେବାଶିଷ ସ୍ୱାଇଁ ପ୍ରମୁଖ ଯୋଗଦେଇ ଉଭୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ