ଦୋଭାଷୀ ଚଳଚ୍ଚିତ୍ର ‘ଟି’ର ଶୁଭ ମହୁରତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରଠାରେ ପ୍ରଯୋଜକ ଜିତେଶ କୁମାର ଓ ଜିତେନ୍ଦ୍ର ରାୟଙ୍କ ଦ୍ୱାରା ପ୍ରସ୍ତୁତ ଏକ ଦୁଇଭାଷୀୟ ଚଳଚ୍ଚିତ୍ର ‘ଟି’ର ଶୁଭ ମହୁରତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚିତ୍ରର ବିଶେଷତ୍ୱ ହେଉଛି ଜଣେ କିନ୍ନରଙ୍କ ଆତ୍ମଜୀବନୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି ଦେବ, ଉଷାଶ୍ରୀ ମିଶ୍ର, ହର ରଥ, ରଣବୀର, ପ୍ରସନ୍ନଜିତ୍ ଏବଂ ଅନ୍ୟମାନେ । ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଜିତେଶ କୁମାର ପରିଡ଼ା । ଏହା ପୂର୍ବରୁ ସେ ୫ଗୋଟି ବଲିଉଡ଼ ଚଳଚ୍ଚିତ୍ରର ପ୍ରଯୋଜନା କାର୍ଯ୍ୟ କରିସାରିଛନ୍ତି । ଏଇ ନିକଟରେ ତାଙ୍କର ଚଳଚ୍ଚିତ୍ର ସନ୍ ୮୪ ଜଷ୍ଟିସ ସମଗ୍ର ଭାରତରେ ମୁକ୍ତିଲାଭ ହୋଇସାରିଛି । ଏହି ଚଳଚ୍ଚିତ୍ରଟି ଓଡ଼ିଶାର କଳା, ସଂସ୍କୃତି, କିନ୍ନର ପରମ୍ପରା ଓ ବିଶେଷକରି ମେଘନା ସାହୁଙ୍କ ଜୀବନ କାହାଣୀକୁ ନେଇ ନିର୍ଦ୍ଦେଶକ ଅତି ସୁନ୍ଦର ଭାବରେ ପ୍ରସ୍ତୁତ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଜାତୀୟ ତଥା ଅର୍ନ୍ତଜାତୀୟସ୍ତରରେ ବହୁ ଦର୍ଶକଙ୍କୁ ଆକୃଷ୍ଟ କରିପାରିବ ବୋଲି ଆଶା କରାଯାଇଛି ।