କଳାକାନୁନ୍ ପ୍ରତ୍ୟାହାର ଘୋଷଣା ଚାଷୀ ଆନ୍ଦୋଳନର ଐତିହାସିକ ବିଜୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ୩ କୃଷି ବିରୋଧି କଳାକାନୁନ୍ ଆଗାମୀ ପାର୍ଲାମେଣ୍ଟ ଅଧିବେଶନରେ ପ୍ରତ୍ୟାହାର କରିନେବେ ବୋଲି ପ୍ରଧାନମନ୍ତ୍ରୀ କରିଥିବା ଘୋଷଣା ଚାଷୀ ଆନ୍ଦୋଳନର ନୈତିକ ଓ ଐତିହାସିକ ବିଜୟ ବୋଲି ରାଜ୍ୟର ପ୍ରମୁଖ କୃଷକ ସଂଗଠନ ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଘରୋଇ ମଣ୍ଡି ମାଧ୍ୟମରେ ଏମ୍‌.ଏସ.ପିକୁ ସମାପ୍ତ କରିବା । କୃଷି କ୍ଷେତ୍ରକୁ ଘରୋଇ କ୍ଷେତ୍ର ହାତକୁ ଠିକାଚାଷ ମାଧ୍ୟମରେ ସମର୍ପି ଦେବା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଇନ୍ ୧୯୫୫କୁ ସମାପ୍ତ କରି ସରକାର ବୃହତ ବ୍ୟବସାୟୀଙ୍କୁ ଅସାଧୁ ଉପାୟରେ ଖାଉଟିଙ୍କୁ ଲୁଣ୍ଠନ କରିବା ପାଇଁ ଆଇନ ଆଣିଥିଲେ । ମାତ୍ର ଦୀର୍ଘ ୧୧ ମାସ ଧରି ସାରା ଭାରତର ଚାଷୀମାନେ ଦିଲ୍ଲୀରେ ବସିରହିବା, ବାରମ୍ବାର ଭାରତ ବନ୍ଦ ଡ଼ାକରା ଦେବା । ବିଭିନ୍ନ ରାଜ୍ୟରେ ଶାନ୍ତିପୂର୍ଣ୍ଣ ମହାପଞ୍ଚାୟତ ଆୟୋଜନ ପରେ ସରକାର ଚାଷୀ ଆନ୍ଦୋଳନ ଚାପର ପରିସ୍ଥିତି ହୃଦୟଙ୍ଗମ କରି ଆଗାମୀ ପାର୍ଲାମେଣ୍ଟ ଅଧିବେଶନରେ ତିନିକଳା ଆଇନ ରଦ୍ଦ କରିବା ଘୋଷଣା କରିଛନ୍ତି । ଏହି ଘୋଷଣାନାମାରୁ ପ୍ରମାଣ ହୋଇଛି ଯେ ରାଷ୍ଟ୍ରଶକ୍ତି ଯେତେ ମଜ୍‌ଭୁତ୍ ହେଲେବି ଜନଶକ୍ତି ପାଖରେ ତାର ନିଶ୍ଚୟ ହାରହେବ । ବିଶେଷକରି ପଞ୍ଜାବ, ହରିୟାଣା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶର ଚାଷୀ ନେତୃତ୍ୱ ସହ ରାଜସ୍ଥାନ ଓଡ଼ିଶା ଭଳି ରାଜ୍ୟର ଏହି ଆନ୍ଦୋଳନକୁ ଅବଦାନ ଉଲ୍ଲେଖଯୋଗ୍ୟ । ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ନବନିର୍ମାଣ ଦ୍ୱାରା ଚମ୍ପାରଣରୁ ବନାରସ ୩୫୦ କି.ମି ବ୍ୟାପି ପଦଯାତ୍ରା ହୋଇ ବନାରସରେ ଜନସଭା ହୋଇଥିଲା । ସେହିଭଳି ୭୫୦ ଚାଷୀଙ୍କ ବଳିଦାନ ଓ ହଜାର ହଜାର କୃଷକ ବର୍ଷାଧିକ କାଳ ଯେଉଁ ତ୍ୟାଗ ସ୍ୱୀକାରକରି ଦିଲ୍ଲୀରେ ଆନ୍ଦୋଳନ ଚଳାଇ ରଖିଲେ ତାର ପରିଣତି ସ୍ୱରୂପ ଆନ୍ଦୋଳନ ପାଖେ ସରକାର ହାର ମାନିଲେ । ପାର୍ଲାମେଣ୍ଟରେ ଏହି ଆଇନ ରଦ୍ଦ ନହେବା ଯାଏ ଆନ୍ଦୋଳନସ୍ଥଳରୁ ଚାଷୀମାନେ ଓହରିବେ ନାହିଁ ବୋଲି ସଂଯୁକ୍ତ ମୋର୍ଚ୍ଚାର ନିଷ୍ପତ୍ତିକୁ ନବନିର୍ମାଣ ସମର୍ଥନ କରୁଛି । ଏମ୍‌.ଏସ୍‌.ପିକୁ କାନୁନ୍ ପରିସରକୁ ଆଣିବା ପାଇଁ ଚାଷୀଙ୍କ ଦାବି ଉପରେ କେନ୍ଦ୍ର ସରକାର ବିଚାର କରି ତାଙ୍କ ବଡପଣିଆର ଆହ୍ୱାନ ଦେବାକୁ ଶେଷଦେବ ନନ୍ଦ ଆହ୍ୱାନ ଦେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ଓ ସଂଗଠନର କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ନାଥ ମହାରଣା ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ