କାୟାକଳ୍ପ ଟିମ୍ ର ପରିଦର୍ଶନ ପୂର୍ବରୁ ଚିକିତ୍ସାଳୟ ବୁଲି ଦେଖିଲେ ପ୍ରି ଆସେସମେଣ୍ଟ ଟିମ୍
ଛତ୍ରପୁର, (ଦେବଦତ୍ତ ମହାରଣା) : କିଛି ଦିନ ପରେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ସ୍ୱଚ୍ଛତା ଓ ବିଭିନ୍ନ ପାରିପାଶ୍ୱର୍ିକ ଉନ୍ନତି ଏବଂ ରୋଗୀଙ୍କୁ ଉତ୍ତମ ସେବା ସହ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସୁବିଧା ସଂପର୍କରେ ରାଜ୍ୟ କାୟା କଳ୍ପ ଟିମ୍ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଟିମ୍ ଅନୁଧ୍ୟାନ କରିବା ପୂର୍ବରୁ ଶନିବାର ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟକୁ ପୂର୍ବ ପ୍ରସ୍ତୁତି ଆକଳନ କରିବା ନିମନ୍ତେ (ପ୍ରି ଆସେସମେଣ୍ଟ ଟିମ୍) ବୁଲି ଅନୁଧ୍ୟାନ କରିଛନ୍ତି । ଆଜି ଏହି ଦୁଇ ଜଣିଆ ଟିମ୍ ଚିକିତ୍ସାଳୟର ସ୍ୱଚ୍ଛତା, ପାରିପାଶ୍ୱର୍ିକ ଉନ୍ନତି, ରୋଗୀଙ୍କୁ ମିଳୁଥିବା ସେବା, ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସେବାକୁ ବୁଲି ଦେଖିବା ସହ ଚିକିତ୍ସାଧିନ ରୋଗୀ ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ଓଟି ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗକୁ ବୁଲି ଦେଖିବା ସହ ଆଗକୁ ଆହୁରି ଉନ୍ନତି କରି ଯେପରି କାୟାକଳ୍ପ ଦ୍ୱାରା ପୁରସ୍କୃତ ହୋଇପାରିବେ ସେଥି ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ଦୁଇ ଜଣିଆ ଟିମ୍ ରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ସିତାଂଶୁ ଶତପଥି ଓ ମ୍ୟାନେଜର ବିଚିତ୍ର ପାଣିଗ୍ରାହୀ ରହିଥିବା ବେଳେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ହଷ୍ପିଟାଲ ମ୍ୟାନେଜର ସନ୍ତୋଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


