ସତ୍ୟସାଇ ଭଜନ ମଣ୍ଡଳୀ ପକ୍ଷରୁ ରକ୍ତଦାନ ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ଼ ସ୍ଥିତ ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ଠାରେ ରବିବାର ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସାଇ ଜିଲ୍ଲା ଭଦ୍ରକ-୧ ସଭାପତି ନକୁଳ ଚନ୍ଦ୍ର ଜେନା ଯୋଗଦେଇ କାର୍ଯ୍ୟକ୍ରମକୁ ଉଧଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସଂଯଯୋକ କ୍ଷୀରୋଦ ବିହାରୀ ଦାସ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଭଦ୍ରକ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ଡାକ୍ତର ଶରତ କୁମାର ଆଚାର୍ଯ୍ୟ, କାଉନସିଲର ରତିକାନ୍ତ ବଳ, ଏଲଟି ରବିନ୍ଦ୍ର କୁମାର ଜେନା, ବିଶ୍ୱରଂଜନ ବଳ, ସୋଫିନା ପଣ୍ଡା, ସହଯୋଗୀ ରଘୁନାଥ ପଣ୍ଡା ରକ୍ତଦାତାଙ୍କ ଠାରୁ ୧୦୭ୟୁନିଟ ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମକୁ ମଞ୍ଜୁରୀରୋଡ଼ ଶ୍ରୀ ସତ୍ୟ ସାଇ ଭଜନ ମଣ୍ଡଳୀର ଆବାହକ ବ୍ୟମକେଶ ସେଠୀ, ଗଣେଶ ପ୍ରସାଦ ଗୁଡି, ରବିନ୍ଦ୍ର କୁମାର ବାରିକ, ନିରଞ୍ଜନ ପରିଡା, ଗୋପାଳ ବାରିକ, ସୁଦର୍ଶନ ସେଠୀ, ବିଜୟ କେତନ ମହାନ୍ତି, ଶ୍ରୀକାନ୍ତ ପ୍ରସାଦ ବେହେରା, ପଦ୍ମଲୋଚନ ମାଝୀ, ସୁରେନ୍ଦ୍ର ବାରିକ, ମାନସ ନାୟକ, ଶରତ ଚନ୍ଦ୍ର ସେଠୀ, ଭାସ୍କର ଦଳେଇ, ମୋହନ ସାହୁ, ଲକ୍ଷ୍ମୀଧର ବେହେରା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଘନଶ୍ୟାମ ମାଝୀ, ନୀଳମଣି ଦାସ, ଚିନ୍ତାମଣି ଦାସ, ଅମର ଜେନା, ବଟକୃଷ୍ଣ ଜେନା, ଭଗବାନ ସାହୁ, ଦେବାନନ୍ଦ ସେଠୀ, ତୁଷାରକାନ୍ତ ବାରିକ, ମନୁସତ୍ୟପ୍ରିୟ ଜେନା, ସତ୍ୟବ୍ରତ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ ।


