ଆଜି ଭଦ୍ରକ ଜିଲ୍ଲା ଧାମନଗର ପ୍ରଖଣ୍ଡ ବିଶ୍ଵ ହିନ୍ଦୁ ପରିଷଦ ତରଫରୁ
ଧମାନଗର (ସନ୍ତୋଷ କୁମାର ପ୍ରଧାନ) : ଆଜି ଭଦ୍ରକ ଜିଲ୍ଲା ଧାମନଗର ପ୍ରଖଣ୍ଡ ବିଶ୍ଵ ହିନ୍ଦୁ ପରିଷଦ ତରଫରୁ ଐତିହାସିକ ପୀଠ ଅବଧୂତ ଧାମ କଣ୍ଟାବଣିଆ ମଠ ଠାରେ ବିଶ୍ଵହିନ୍ଦୁ ପରିଷଦର ପୂର୍ଣ୍ଣାଙ୍ଗ ସମିତି ଓ ସଂସ୍କାର ସପ୍ତାହ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି I ଉକ୍ତ କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଲା ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ତଥା ବିଭାଗ ସଂଯୋଜକ ଶ୍ରୀମାନ ବିପିନ ବିହାରୀ ପଣ୍ଡା ଯୋଗଦାନ କରି ପ୍ରଖଣ୍ଡ ପୂର୍ଣ୍ଣାଙ୍ଗ ସମିତି ଓ ବଜରଙ୍ଗ ଦଳ ଟୋଲି ଗଠନ କରି ଆଗାମୀ କାର୍ଯ୍ୟକ୍ରମ ରେ ସାମିଲ କରିବା ପାଇଁ ନିବେଦନ କରିଥଲେ I ବିଶ୍ଵ ହିନ୍ଦୁ ପରିଷଦ ର ନୂତନ ପ୍ରଖଣ୍ଡ ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ଗୁପ୍ତା,ସଂପାଦକ ସଂଜୟ କୁମାର ସ୍ୱାଇଁ ଓ ବଜରଙ୍ଗ ଦଳର ପ୍ରଖଣ୍ଡ ସଂଯୋଜକ ରାମ ଚଂଦ୍ର ମହାପାତ୍ର ଙ୍କୁ ନୂତନ ଦାୟିତ୍ଵ ମିଳିଥିବାରୁ ସମସ୍ତଙ୍କୁ ସମ୍ଭର୍ଦ୍ଧନା କରିବା ସହ ସାଧୁବାଦ୍ ଜ୍ଞାପନ କରଯାଇଥିଲା I ଉକ୍ତ ବୈଠକରେ ପୂର୍ବତନ ସଭାପତି ଶ୍ରୀଯୁକ୍ତ ଚିନ୍ତାମଣି ଜେନା ଓ ସଂପାଦକ ପାଙ୍କୋଜ କୁମାର ଦାସ ଉପସ୍ଥିତି ରହି ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ନୂତନ ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ଗୁପ୍ତା ଆସନ୍ତା ଏକ ମାସ ମଧ୍ୟରେ ସଂପୂର୍ଣ୍ଣ ୱାଡ ତଥା ପଂଚାୟତ ରେ କିଭଳି ବିଶ୍ୱ ହିନ୍ଦୁ ପରିଷଦର ଟୋଲି ଗଠନ ହେବ ସହ ସଙ୍ଗଠନ କୁ ଗୁରୁତ୍ୱ ଦେବା ପାଇଁ ସମସ୍ତଙ୍କୁ ନିବେଦନ କରିଥଲେ ଉକ୍ତ ବୈଠକରେ ଅବସର ପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ମଲ୍ଲିକ, ବିଶିଷ୍ଟ ସମାଜ ସେବୀ ବିଜୟ କୁମାର ରାମ, ରଞ୍ଜିତ ମହାନ୍ତି, ଅଶୋକ କୁମାର ମଲ୍ଲିକ,ଶକ୍ତିଦତ୍ତ ଦାଶ, ବଳରାମ ଭୁଁୟା, ବଟକୃଷ୍ଣ ବାରିକ, ଭରତ ଚଂଦ୍ର ମଲ୍ଲିକ, ସୁଶାନ୍ତ ରାଉତ, ଶିଶିର ସ୍ୱାଇଁ, ଶୁଭେନ୍ଦୁ ପାତ୍ର, ମାନସ ପ୍ରଧାନ, ନରେଶ ରାଉତ୍, ତପନ ବାରିକ, ଦେବେନ୍ଦ୍ର ଜେନା, ସଞ୍ଜୀବ ମହାନ୍ତି, ଓ ବହୁ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ I


