ଗଜପତି ହାଇସ୍କୁଲରେ ୧୨ବର୍ଷ ଧରି ଖାଲି ପଡିଛି ପ୍ରଧାନଶିକ୍ଷକଙ୍କ ପଦବୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ଠାରେ ଆଜକୁ ୧୨ ବର୍ଷ ହେଲା ପ୍ରଧାନଶିକ୍ଷକଙ୍କ ପଦବୀ ଖାଲି ପଡିଛି । ଏହି ବିଦ୍ୟାଳୟ ଶତାୟୁ ପୁରଣ କରିସାରିଛି । ଏହି ବିଦ୍ୟାଳୟ ଏହି ଅଞ୍ଚଳରେ ବହୁ ପୁରାତନ ହେଲା ଦଣ୍ଡାୟମାନ ରହିଛି । ହେଲେ ଗତ ୧୨ ବର୍ଷ ହେଲା ପ୍ରଧାନ ଶିକ୍ଷକଙ୍କ ପଦବୀ ଖାଲି ପଡିଛି । ଯେଉଁ ବିଦ୍ୟାଳୟଟି ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଗଢି ତୋଳିଛି । ହେଲେ ସେଭଳି ବିଦ୍ୟାଳୟରେ ଆଜି ପ୍ରଧାନ ଶିକ୍ଷକଙ୍କ ପଦବୀ ବିନା ଶ୍ରୀହୀନ ହୋଇ ପଡିଛି । ଉକ୍ତ ବିଷୟକୁ ନେଇ ବହୁବାର ଅଞ୍ଚଳବାସୀଙ୍କ ଦ୍ୱାରା ଲୋକ ଲୋଚନକୁ ଅଣାଯାଇଛି । ହେଲେ ତାହା ଏବେ କାଗଜ କଲମରେହିଁ ରହିଛି । ବର୍ତ୍ତମାନ ସୁଦ୍ଧା ଏଠାରେ ପ୍ରଧାନ ଶିକ୍ଷକଙ୍କ କମି ଅଛି । ୨ବର୍ଷ ତଳେ ଅନୁଷ୍ଠିତ ହୋଇଥିବା ଶତବାର୍ଷିକୀ ଉତ୍ସବରେ ଉପରୋକ ବିଷୟଟି ବିଷଦ ଭାବେ ପ୍ରଶାସନ, ସରକାରଙ୍କ ସହ ଆଲୋଚନା କରାଯାଇଛି । କିନ୍ତୁ ଫଳାଫଳ ଶୂନ୍ୟ ହେଲା । ଯେଉଁ ବିଦ୍ୟାଳୟଟି ଆମ୍ଭ ଅଞ୍ଚଳ ତଥା ଆଖପାକ ଅଞ୍ଚଳରେ ମଧ୍ୟ ଶିକ୍ଷାର କେନ୍ଦ୍ରସ୍ଥଳୀ ଅଟେ । ସେହିଭଳି ଅନୁଷ୍ଠାନରେ ଆଜି ଏଭଳି ଦୟନୀୟ ଅବସ୍ଥା ଏହା ଏକ ଅତି ନିନ୍ଦନୀୟ ବିଷୟ ବୋଲି ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି ।


