ତାଟିପେଟିର ଆର୍.ଡି ରାସ୍ତା ଠାରୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ତାଟିପେଟି ଗ୍ରାମର ଆର୍ଡି ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ ରାସ୍ତା ଅତିପୁରାତନ ରାସ୍ତା ହୋଇଥିଲେ ମଧ୍ୟ ଏହାର ନିର୍ମାଣ କରାଯାଉ ନାହିଁ । ଏହା ସହ ଆରଡି ମୁଖ୍ୟ ରାସ୍ତାଟି ନିର୍ମାଣ ବେଳେ ଉଚତା ବୃଦ୍ଧି ହୋଇଥିବାରୁ ଏହି ଗ୍ରାମରାସ୍ତାଟି ତଳିଆ ରାସ୍ତା ହୋଇପଡିଛି । ଫଳରେ ଏଥିରେ କର୍ଦମାକ୍ତ ଓ ଦଷି, ପାଣି ଆସି ଜମି ରହୁଛି । ଯାହା ଦ୍ୱାରା ବିଭିନ୍ନ ପ୍ରକାର ମଶା ବୃଦ୍ଧି ପାଉଛି । ଯଦ୍ୱାରା ବିଭିନ୍ନ ସଂକ୍ରମଣ ତଥା ମ୍ୟାଲେରିଆ, ଡେଙ୍ଗୁରେ ଆକ୍ରାନ୍ତ ହେବା ସମ୍ଭାବନା ରହିଛି । ଏନେଇ ଗୁରାଣ୍ଡି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ମେଡିକାଲ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି । ଏହି ରସ୍ତା ଏକ ପ୍ରମୁଖ ରାସ୍ତା ହୋଇଥିବାରୁ ସ୍କୁଲ କଲେଜ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ମାନଙ୍କ ସହ ସମଗ୍ର ଗ୍ରାମବାସୀ ନିର୍ଭର କରିଥାନ୍ତି । ଏହି ରାସ୍ତାର ଏପରି ଦୁର୍ଦଶା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣାମଧ୍ୟ ଘଟୁଛି ବୋଲି ଗ୍ରାମବାସୀ ଜଣାଇଛନ୍ତି । ତେଣୁ ଏହି ରାସ୍ତାର ଉଚତା ବୃଦ୍ଧି କରି ଆର୍ଡି ମୁଖ୍ୟ ରାସ୍ତା ସହ ସମତୁଲ କରାଯାଇ ନୂତନ ରାସ୍ତା ନିର୍ମାଣ ପାଇଁ ଦାବୀ କରିଛନ୍ତି ।


