ସମ୍ବିଧାନ ଦିବସ ପାଳନ କଲେ ଆଇନଜୀବୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର କୋର୍ଟ ପରିସରରେ ଭୁବନେଶ୍ୱର ଓକିଲ ସଂଘ ଦା୍ୱରା ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କୋର୍ଟ ପରିସରରେ ଉତ୍କଳ ହସ୍ପିଟାଲ ସହଯୋଗରେ ଏକ ମେଗା ସ୍ୱସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୫୦୦ ଆଇନଜୀବୀ ପରୀକ୍ଷା କରିବା ସହ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଏହି ଅବସରରେ ଭୁବନେଶ୍ୱର ଓକିଲ ସଂଘର ସଭାପତି ନିର୍ମଳ ରଥ କହିଥିଲେ ଯେ, ୧୯୪୯ ନଭେମ୍ବର ୨୬ତାରିଖରେ “ସମ୍ବିଧାନ ସଭା” ଦ୍ୱାରା ଆମ ସମ୍ବିଧାନ ଗୃହିତ ହୋଇଥିଲା । ଏହାର ପର ବର୍ଷ ଜାନୁଆରୀ ୨୬ରେ ଏହାକୁ ଲାଗୁ କରାଯାଇଥିଲା । ୨୦୧୫ମସିହାରୁ ଏହି ଦିବସ ପାଳନ ହୋଇ ଆସୁଛି । ଆଗାମୀ ପିଢ଼ିକୁ ସମ୍ବିଧାନ ସମ୍ପର୍କରେ ଅଧିକରୁ ଅଧିକ ଜ୍ଞାନ ଦେବା ଏହି ଦିବସ ପାଳନ ଲକ୍ଷ୍ୟ । ସଂଘର ସମ୍ପାଦକ ରାଜ୍ କିଶୋର ଦାସଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସଂଘର ଉପ ସଭାପତି ଦେବୀଦତ ବାରକ୍, ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା ଓ କାର୍ଯ୍ୟକାରୀ କମିଟି ସଭ୍ୟ ସୁରେଶ ଦାଶ ପ୍ରମୁଖ ସାମିଲଥିଲେ । ଆଇନଜୀବୀ ଲିଙ୍ଗରାଜ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।


