ବିଶ୍ୱ ଏଡସ୍ ଦିବସରେ ମିନି ମାରାଥନ
ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱ ଏଡସ୍ ଦିବସ ଅବସରରେ ବାଲେଶ୍ୱର ସହରରେ ଏକ ଗଣଦୌଡ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଗଣଦୌଡ଼କୁ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସଦର ବିଧାୟକ ସ୍ୱରୂପ ଦାସ, ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା, ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି, ଉପ ଆରକ୍ଷୀ ଅଧୀକ୍ଷକ ଆଲୋକ ରାୟ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଖବର ପ୍ରସାର ସାଙ୍ଗକୁ ଏଡସ୍ ଭଳି ମାରାତ୍ମକ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଦୁଇ ଗଣମାଧ୍ୟମର ମଳିତ ପୟାସ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ଏହି ଗଣଦୌଡ଼ ଓ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ, ଯୁବଙ୍କ ସମେତ ସବୁବର୍ଗଙ୍କୁ ଅତିଥିମାନେ ଉତ୍ସାହିତ କରିଥିଲେ । ଗାନ୍ଧୀସ୍ମୃତି ଭବନରୁ ଏହି ଗଣଦୌଡ଼ ବାହାରି ଏଡିଏମଛକ, ଟେକ୍ନିକାଲ ସ୍କୁଲ ଛକ, ଫାଣ୍ଡିଛକ, ଫକୀର ମୋହନ ଗୋଲେଇ ଦେଇ ପୁଣି ଗାନ୍ଧୀସ୍ମୃତି ଭବନରେ ପହଞ୍ଚିଥିଲା । ଗଣ ଦୌଡ଼ରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ଜଗନ୍ନାଥ ମୁର୍ମୁ, ସରାଜ କୁମାର ଦାସ ଓ ମନୋଜ କୁମାର ମାଝୀଙ୍କୁ ଏହି ଅବସରରେ ଅତିଥିମାନେ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ । ସମାଜସେବୀ ଧୀରେନ ନାୟକ ଏଥିରେ ସଂଯୋଜନା କରିଥିବା ବେଳେ ସକାଳ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ଅସୀମ ମହାପାତ୍ର ସଭାପତିତ୍ୱ କରିଥିଲେ । ଜିଲା କ୍ରୀଡ଼ା ସଂଘର ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକ ଓ ଜଗଦ୍ଦୀଶ ବେହେରାଙ୍କ ସମେତ ପ୍ରଦୀପ କୁମାର ଦାସ, ଚିତ୍ତରଞ୍ଜନ ପାଶା ପ୍ରମୁଖ ଏହି ଗଣଦୌଡ଼ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ରାଉତ, ଶୁଭେନ୍ଦୁ ମଙ୍ଗରାଜ, ଶତ୍ରୁଘ୍ନ ମଲିକ, ଆଇନଜୀବୀ ମନୋଜ ନାୟକ, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡ଼ା, ଶୁଭମ ସାଇ ମହାପାତ୍ର, ହ୍ରିତିକ ନାୟକ, ବିସ୍ମିତ ରଞ୍ଜନ ଦାସ, ଉଦୟଭାନୁ ନାୟକ, ଗୌତମ ସାହୁ, ରଞ୍ଜନ ଦାସ, ସୌରଭ ବେହେରା, ଉମାଶଙ୍କର ତିଆଡ଼ି, ତାପସ ପରିଡ଼ା, ସାଗର ଦାସ, ଶାନ୍ତନୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସକାଳ ଖବର କାଗଜ ଓ ନନ୍ଦିଘୋଷ ଟିଭିର ରାଜକିଶୋର ବେହେରା, ଭବାନୀ ବେହେରା, ମନୋଜ ପଣ୍ଡା, କଳିଙ୍ଗ କୁମାର ସାହୁ, ଉମାକାନ୍ତ ମାଝୀ, ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି, ମୃତ୍ୟୁଞ୍ଜୟ ପଟ୍ଟନାୟକ, ଅବିନାଶ ପଣ୍ଡା, ମହେନ୍ଦ୍ର ସେନାପତି, ରମେଶ ଚନ୍ଦ୍ର ଦାସ ପ୍ରମୁଖ ପରିଚାଳନା କରିଥିଲେ ।